Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲିଠୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା

Manini Pattanayak
Browse all articles by Manini Pattanayak
·2 years ago·1 min read
କାଲିଠୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା

ଢେଙ୍କାନଳ:  କାଲିଠୁ ଆରମ୍ଭ ହେବ ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା । ଚଳିତ ଥର ଧୁମଧାମରେ ହେବ ଯୋରନ୍ଦା ଯାତ୍ରା । ୩ ଦିନ ଧରି ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମନ୍ଦିର । ଯାହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।  ମାଘ ମେଳାକୁ ନେଇ ଚଳଚଞ୍ଚଳ ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମହିମା ପୀଠ ।

ଚଳିତଥର ଧୁମଧାମରେ ହେବ ଯୋରନ୍ଦା ଯାତ୍ରା । ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମଦିର । ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଉଭୟ ସାଧୁ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ଏନେଇ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ପ୍ରତି ବର୍ଷ ମାଘ ଚତୁର୍ଦ୍ଦଶୀ ଦିନ ଠାରୁ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଥାଏ । ଆରମ୍ଭ ଦିନ ଠାରୁ ତିନି ଦିନ ଧରି ସାଧୁମାନେ ଅଲେଖ ମହିମା ସ୍ଵାମୀଙ୍କ ନିକଟରେ ଘୃତାହୃତ କରିବା ସହ ଝାଡ଼ ପ୍ରଜ୍ବଳନ କରିଥାନ୍ତି । 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The world famous Joranda Mela of Dhenkanal will start from tomorrow. | Argus News