Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତୁଳସୀ କାଠରେ ନିର୍ମାଣ ହୋଇଛି ବିଶ୍ବର କ୍ଷୁଦ୍ର ରାମ ମନ୍ଦିର

Odisha

ତୁଳସୀ କାଠରେ ନିର୍ମାଣ ହୋଇଛି ବିଶ୍ବର କ୍ଷୁଦ୍ର ରାମ ମନ୍ଦିର

Ritu Das
Browse all articles by Ritu Das
·2 years ago·1 min read
ତୁଳସୀ କାଠରେ ନିର୍ମାଣ ହୋଇଛି ବିଶ୍ବର କ୍ଷୁଦ୍ର ରାମ ମନ୍ଦିର

ଅର୍ଗସ ବ୍ୟୁରୋ: ତୁଳସୀ କାଠରେ ରାମ ମନ୍ଦିର। ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଛି। ତାହା ପୁଣି ୨ ଇଞ୍ଚ ସାଇଜର। ଏଭଳି କ୍ଷୁଦ୍ର ସାଇଜର ମନ୍ଦିର ନିର୍ମାଣ କରିବାକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ। ଭଗବାନଙ୍କ ପ୍ରତି ସେତିକି ଭଲ ପାଇବା ନ ଥିଲେ ଏଭଳି ନିର୍ମାଣ ଅସମ୍ଭବ। ପୂର୍ବରୁ ସ୍ମୋକ୍ ଆର୍ଟ ' ଅର୍ଥାତ୍ ଡିବିରି ଆଲୁଅର ଧୂଆଁ ମାଧ୍ୟମରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟା ଠାରେ ନିର୍ମିତ ହୋଇଥିବା ରାମ ମନ୍ଦିରର ଅବିକଳ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଥିଲେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଆଗଡ଼ା ଗ୍ରାମର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା। ଏବେ ପୁଣି ତୁଳସୀ କାଠରେ ୨ଇଞ୍ଚର ମନ୍ଦିର ନିର୍ମାଣ କରିଛନ୍ତି। 

ପ୍ରଭୁ ଶ୍ରୀରାମ ହେଉଛନ୍ତି ସନାତନୀ ହୀନ୍ଦୁଙ୍କ ଆରାଧ୍ୟ । ତେଣୁ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ତୁଳସୀ କାଠ ସଂଗ୍ରହ କରିଥିଲେ। ଏହାକୁ ନିର୍ମାଣ କରିବାକୁ ସମରେନ୍ଦ୍ରଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଜଣେ ସନାତନୀ ହିସାବରେ ସନାତନ ଧର୍ମର ପ୍ରଚାର ପ୍ରସାର କରିବା ସହିତ ଏହି ମନ୍ଦିରଟିକୁ ପ୍ରତ୍ୟେକଟି ଶ୍ରୀରାମ ଭକ୍ତଙ୍କୁ ସମର୍ପଣ କରିଛନ୍ତି ।  ସମରେନ୍ଦ୍ର ତାଙ୍କ ହାତରେ ସବୁବେଳେ କିଛି ନିଆରା କରିବା ଦିଗରେ ଚେଷ୍ଟିତ ଥାନ୍ତି। ସେ ଏହା ପୂର୍ବରୁ ଗଛ ଓ ପତ୍ରରେ ଦେଶର ଅନେକ କିମ୍ବଦନ୍ତୀ ପୁରୁଷ ଓ ମହିଳାଙ୍କ ପ୍ରତିଛବି ଆଙ୍କି ପ୍ରଶଂସା ସାଉଁଟିଥିବା ବେଳେ ଆଜି ମଧ୍ୟ ତାଙ୍କୁ ଏହି ଚିତ୍ରକଳା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The world's smallest | Argus News