ଯୁବକଙ୍କୁ କଚାଡି ମାରିଲା ହାତୀ, ଘଟଣାସ୍ଥଳରେ ଉତ୍ତେଜନା
·2 years ago·1 min read

ଅର୍ଗସ ବ୍ୟୁରୋ: ହାତୀ ଆକ୍ରମଣରେ ପୁଣି ଆଉ ଜଣଙ୍କ ମୃତ୍ୟୁ ଘଟିଛି, ଆଜି ସକାଳୁ ଶୌଚ ହେବାକୁ ଗାଁ ପାଖରେ ଥିବା ନାଳକୁ ଯାଇଥିବା ବେଳେ ଯୁବକଙ୍କୁ କଚାଡି ମାରିଲା ହାତୀ। ସୂଚନା ଅନୁଯାୟୀ ଅନଗୁଳ ଜିଲ୍ଲା ପାଳଲହଡା ଜମରଡିହ ବନାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର କୀର୍ତ୍ତନ ନାୟକ ସକାଳୁ ଗାଁ ପାଖରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ତାଙ୍କୁ ଏକ ହାତୀ କଚାଡି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।
ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି। ତେବେ ସେହି ଅଞ୍ଚଳରେ କିଛି ବର୍ଷ ମଧ୍ୟରେ ଏହାକୁ ମିଶାଇ 3 ଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗର ଅପାରଗତା ଯୋଗୁ ଏଭଳି ହାତୀ ଆକ୍ରମଣରେ ବାରମ୍ବାର ମୃତ୍ୟୁ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଛି। ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: