Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ 

କେନ୍ଦୁଝର: ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ଥାନା, କଣ୍ଡରା ଗାଁ ରେ । ମୃତ ଯୁବକ ସୋନୁ ନାଏକ । ଆଜି ସକାଳୁ ସେ ଦାନ୍ତ କାଠି, ଗାମୁଛା ଧରି ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିଲେ ।  ତେବେ ସେ କେତେବେଳେ ଏବଂ କେଉଁ ପରିସ୍ଥତିରେ ପୋଖରୀରେ ବୁଡ଼ି ମୃତ୍ୟୁବରଣ କଲେ ତାହା ଜଣାପଡ଼ିନାହିଁ ।

ଗାଁର କିଛି ଛୋଟ ପିଲା ପ୍ରଥମେ ମୃତଦେହକୁ ପୋଖରୀରେ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଏନେଇ ପୋଲିସକୁ ଖବର ଦିଆଯିବାପରେ ଯୋଡ଼ା ପୋଲିସ୍  ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ପୋଖରୀର ଜଳ ସ୍ତର କମ୍ ରହିଥିବା ସତ୍ତ୍ୱେ ଯୁବକ ଜଣକ କିପରି ପାଣିରେ ବୁଡ଼ି ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The young man drowned in the pond | Argus News