Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର

Odisha

ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର

Ritu Das
Browse all articles by Ritu Das
·2 years ago·1 min read
ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର

ଅର୍ଗସ ବ୍ୟୁରୋ: ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର । ଆଖି ଭିତରକୁ ପଶିଲା ଲୁହା ରଡ଼ । ଗୁରୁତର ଅବସ୍ଥାରେ ଧଳପୁର ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା। ହରଭଙ୍ଗା ଥାନା ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ଡ୍ରେନରେ ପଡିଲେ ଯୁବକ । ବାରମ୍ବାର ଅଭିଯୋଗ ପରେ ମୁକୁଳା ଡ୍ରେନରେ ପଡୁ ନ ଥିଲା ପ୍ଲେଟ। ପୂର୍ତ୍ତ ବିଭାଗକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା। 

ସୂଚନାମୁତାବକ ପୂର୍ତ୍ତ ବିଭାଗ ପକ୍ଷରୁ ଧଳପୁରରେ ନୂତନ ରାସ୍ତା ନିର୍ମାଣ ଚାଲିଥିଲା । ଦୀର୍ଘଦିନ ହେଲା ରାସ୍ତା ନିର୍ମାଣ ସରିଛି ହେଲେ ଡ୍ରେନ ଗୁଡିକ ମୁକୁଳା ପଡିଛି । ବିଭାଗ ପକ୍ଷରୁ ପ୍ଲଟ ପଡି ନାହିଁ ଯାହାଫଳରେ ଆଜି ଏକ ବଡ ଦୁର୍ଘଟଣା ଘଟିଛି । ରାସ୍ତା ଦେଇ ଜଣେ ଯୁବକ ସାଇକେଲ ନେଇ ଯାଉଥିବା ବେଳେ ଅନ୍ୟପଟେ ଏକ ଟ୍ରକ ଆସି ଯୁବକଙ୍କୁ ସାଇଡ ମାରିଥିଲା ଯାହାଫଳରେ ଯୁବକ ଜଣକ ଭାରସାମ୍ୟ ହରାଇ ଡ୍ରେନରେ ପଡି ଯାଇଥିଲେ । ଯାହାଫଳରେ ଯୁବକଙ୍କ ଆଖିରେ ଡ୍ରେନର ଲୁହା ରଡ଼ ପଶି ଯାଇଥିଲା।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଧଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ଗୁରୁତର ଯୁବକଙ୍କ ପରିଚୟ ଏଯାଏ ମିଳିପାରି ନାହିଁ । ଅନ୍ୟପଟେ ମୁକୁଳା ଡ୍ରେନ ଯୋଗୁଁ ଏଭଳି ଗୋଟିଏ ଘଟଣା ନୁହେଁ ଆଗରୁ ମଧ୍ୟ ବହୁ ଛୋଟବଡ ଦୁର୍ଘଟଣା ଘଟୁଛି । ତେଣୁ ବିଭାଗ ତୁରନ୍ତ ଡ୍ରେନ କଭର କରିବା ସହ ଆହତ ଯୁବକଙ୍କୁ କ୍ଷେତିପୂରଣ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Painting
Sponsored
The young man is seriously | Argus News