Videos
|
Odisha

ଋଣ ଭାର ସହିନପାରି ଜୀବନ ହାରିଲେ ଯୁବକ

Rashmita Mishra
Browse all articles by Rashmita Mishra
·2 years ago
ଋଣ ଭାର ସହିନପାରି  ଜୀବନ ହାରିଲେ ଯୁବକ

ଅର୍ଗସ ବ୍ୟୁରୋ: ଦହିସଡା ପଂଚାୟତ ଚାରିଘରିଆ ସାହି ଗ୍ରାମର ରାକେଶ ଜେନା,  ରାକେଶ ତାଙ୍କ ସ୍ତ୍ରୀଙ୍କ ନାମରେ ଗ୍ରୁପ ଋଣ ନେଇ ଏକ ଡିଜେ ଗାଡି ବାହାର କରିଥିଲେ। ମାତ୍ର ଚଳିତ ବର୍ଷ ଡିଜେ ଗାଡି ବ୍ୟାନ ହେବାରୁ ରାକେଶ ସଠିକ ସମୟରେ କିସ୍ତି ଟଙ୍କା ପୈଠ କରିପାରିନଥିଲେ। ଏନେଇ ଉଭୟ  ସ୍ବାମିସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଗତକାଲି ସେ ଘରକୁ ଫେରି ଅଲଗା ରୁମରେ ଶୋଇବାକୁ ଯାଇଥିଲେ। ଆଜି ସକାଳେ ପରିବାର ଲୋକେ ଉକ୍ତ ଘରର ଝରକାରେ ରାକେଶ ଫେନରେ ରଶି ଲଗାଇ ଝୁଲୁଥିବାର ଦେଖିଥିଲେ। ପରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: