ମିଟିଙ୍ଗ କହି ଡାକିନେଲେ , ପିଟିପିଟି ମାରିଦେଲେ

ବରଗଡ : ଯୁବକଙ୍କୁ ପିଟିପିଟି ମାରିଦେଲେ । ଏହି ଘଟଣାରେ 7 ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କନବାର ଗାଁ ରୁ। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ ଗତ 29 ତାରିଖ ଦିନ କନବାର ଗାଁର ସୁଧୀର ପଧାନଙ୍କୁ ସାହୁଟିକ୍ରାର କେତେକ ଯୁବକ ଆଶ୍ରମରେ ମିଟିଙ୍ଗ ହେବ କହି ଡାକି ନେଇଥିଲେ।ପରେ ତାଙ୍କୁ ଅଚେତ ଅବସ୍ଥାରେ ଘର ପାଖରେ ଛାଡି ଦେଇ ଚାଲିଯାଇଥିଲେ।
ଅଧିକ ପଢନ୍ତୁ : ଝାରପଡ଼ା ଅଞ୍ଚଳରେ ବିସ୍ଫୋରଣରେ ଉଡିଲା ଛାତ, ଭାଙ୍ଗିଲା କାନ୍ଥ
ଗୁରୁତର ସୁଧୀରଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ବରଗଡ଼ର ଏକ ବେସରକାରୀ ହସ୍ପିଟାଲ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ବ୍ୟବଛେଦ ପରେ ମଙ୍ଗଳବାର ଶବ ସତ୍କାର କରାଯାଇଛି। ପରିବାର ଲୋକେ ଏହି ଘଟଣା ନେଇ ବରପାଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାରେ 307/34 କେସ ନମ୍ବର ରୁଜ୍ଜୁ କରି ପୋଲିସ ଏହି ଘଟଣାରେ 7 ଜଣ ଯୁବକଙ୍କୁ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଛି।