Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଧୋଇବାକୁ ଯାଇ ଯୁବକ ନିଖୋଜ

Manini Pattanayak
Browse all articles by Manini Pattanayak
·1 year ago
ଗାଧୋଇବାକୁ ଯାଇ ଯୁବକ ନିଖୋଜ

କଟକ: ମହାନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ। ବାଙ୍କୀ ମହାନଦୀ ପଠାର କାଳିକାପ୍ରସାଦ ଘାଟ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ବାଙ୍କୀ ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଆଲୋକ ବାରିକ ନିଜ ଶଶୁର ଘର ପାଥପୁର ଆସିଥିବା ବେଳେ ଆଜି ସକାଳୁ  ମହାନଦୀକୁ ଗାଧୋଇବାକୁ ଯାଇଥିଲେ ।


ହେଲେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ତେବେ ଆଲୋକ ଘରକୁ ନ ଆସିବାରୁ ପରିବାର ଲୋକେ ମହାନଦୀକୁ ଯାଇ ବହୁତ ଖୋଜା ଖୋଜି କରିବା କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପତା ମିଳିପାରିନାହିଁ ।ସେପଟେ ବାଙ୍କୀ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The young man went missing after going for a bath | Argus News