Videos
|
Odisha

ପରୀକ୍ଷା ଦେବାକୁ ଯାଇ ଯୁବକ ନିଖୋଜ

Ritu Das
Browse all articles by Ritu Das
·1 year ago·1 min read
ପରୀକ୍ଷା ଦେବାକୁ ଯାଇ ଯୁବକ ନିଖୋଜ

ଅର୍ଗସ ବ୍ୟୁରୋ: ଚାକିରି ପାଇଁ ପରୀକ୍ଷା ଦେବାକୁ ଯାଇ ଯୁବକ ନିଖୋଜ। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ରତ୍ନପୁର ଗ୍ରାମର ୨୨ ବର୍ଷୀୟ ବିଶ୍ଵଜିତ ସାହୁ ପରୀକ୍ଷା ଦେବା ପାଇଁ ଗତ ୧୩ ତାରିଖରେ ଭୁବନେଶ୍ବର ଯାଇଥିଲେ। ମାତ୍ର ନିଖୋଜକୁ ୬ ଦିନରୁ ଉର୍ଦ୍ଧ୍ବ ବିତି ସାରିଥିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ତାଙ୍କ କୌଣସି ପତ୍ତା ମିଳିପାରି ନାହିଁ। 

ବିଶ୍ଵଜିତଙ୍କ ପରିବାର ଲୋକ ସଦର ଥାନାରେ ପୁଅର ନିଖୋଜ ନେଇ ଲିଖିତ ଅଭିଯୋଗ କରିଛନ୍ତି। ସଦର ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରତ୍ନପୂର ଗ୍ରାମର ବିରଞ୍ଚି କୁମାର ସାହୁଙ୍କ ସାନ ପୁଅ ହେଉଛନ୍ତି ବିଶ୍ଵଜିତ। ଏକ ଘରୋଇ କମ୍ପାନୀରେ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଇଥିବା ପରିବାର ଲୋକେ କହିଛନ୍ତି। ମାତ୍ର ସେବେଠାରୁ ତାଙ୍କର ଆଉ କୌଣସି ଖୋଜ ଖବର ମିଳୁନାହିଁ। ପୁଅ ନିଖୋଜ ନେଇ ପରିବାର ଲୋକେ ଓ ସାଙ୍ଗସାଥୀ ଦୁଃଖରେ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The young man went | Argus News