Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୌଚ ହେବା ପାଇଁ ମହାନଦୀକୁ ଯାଇ ବୁଡିଗଲେ ଯୁବକ

Banajyotshna Ray
Browse all articles by Banajyotshna Ray
·1 year ago
ଶୌଚ ହେବା ପାଇଁ ମହାନଦୀକୁ ଯାଇ ବୁଡିଗଲେ ଯୁବକ

ଅର୍ଗସ ବ୍ୟୁରୋ:  ବୌଦ୍ଧ ଜିଲ୍ଲା ମହାନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ସ୍ଥାନୀୟ ନୂଆସାହିର ଜଗନ୍ନାଥ ବେହେରା । ସୂଚନା ଅନୁଯାଇ ବୌଦ୍ଧ ସହର ସ୍ଥିତ ନୂଆସାହିର ଯୁବକ ଗତକାଲି ଶୌଚ ହେବା ପାଇଁ ମହାନଦୀକୁ ଯାଇଥିଲେ । ମର୍ଜlକୁଦ ସ୍ଥିତ ବ୍ରିଜ ତଳେ ଗାଧଉଥିବା ସମୟରେ ଅସାବଧାନତା ବଶତଃ ସେ ବୁଡ଼ିଯାଇଥିଲେ ।ପରିବାର ଲୋକେ ବହୁ ଖୋଜାଖୋଜି ପରେ ପାଇ ନ ଥିଲେ l ଆଜି ସ୍ଥାନୀୟ ଲୋକେ ଉକ୍ତ ଯୁବକ ଦେଖି ପରିବାର ଲୋକଙ୍କୁ ଖବର  ଦେଇଥିଲେ l ଘଟଣା ସ୍ଥଳରେ ପରିବାର ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଯୁବକୁ  ଉଦ୍ଧାର କରି ବୌଦ୍ଧ ମେଡିକାଲ ନେଇଥିଲେ l ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The young man went to the river to wash himself and drowned | Argus News