ଡ୍ରଗ୍ସ କାରବାରର ରୋକିବା ପାଇଁ ଏସପିଙ୍କୁ ଭେଟି ଦାବିପତ୍ର ଦେଲେ ଯବକ
·2 years ago·1 min read

ଭଦ୍ରକ : ଭଦ୍ରକ ସହର ଓ ବ୍ଲକ ଅଞ୍ଚଳରେ ଏବେ ଦିନକୁ ଦିନ କାୟା ମେଲାଇଛି ନିଶା ବା ଡ୍ରଗ୍ସ କାରବାର। ଏହି ନିଶା କାରବାର ବୃଦ୍ଧି ପାଇବା ଫଳରେ ଯୁବ ପିଢ଼ି ସମ୍ପୂର୍ଣ୍ଣ କବଳିତ ହୋଇ ପଥ ଭ୍ରଷ୍ଟ ହୋଉଛନ୍ତି। ଅନେକ ଯୁବକ ଡ୍ରଗ୍ସ ଖାଇ ମୃତ୍ୟୁ ବରଣ କଲେଣି। ନିଶା କାରବାର ଯୋଗୁଁ ଦୈନିକ ଛୋଟ ବଡ଼ ଅପରାଧ ଘଟିବା ସହିତ ଲୋକ ମାନେ ସୁରକ୍ଷିତ ଭାବେ ବଜାର ସହରକୁ ଯାଇ ପାରୁନାହାନ୍ତି।
ଏବେ ରାଣୀତାଲ ଅଞ୍ଚଳର ଡ୍ରଗ୍ସ କାରବାରର ମୁଖ୍ୟ ସ୍ଥଳ ପାଲଟିଛି। ତେଣୁ ଏହାକୁ ରୋକିବା ସହିତ ବେଆଇନ ଡ୍ରଗ୍ସ କାରବାର କରୁଥିବା ବେପାରୀ ମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଯୁବ ରାଣୀତାଲ ଅଞ୍ଚଳ ଛାତ୍ର ତଥା ଯୁବକ ମାନେ ଆଜି ଏକତ୍ରିତ ହୋଇ ଭଦ୍ରକ ଏସପି ଙ୍କୁ ଭେଟି ଏକ ଦାବିପତ୍ର ଦେବା ସହିତ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି। ଯଦି ପୋଲିସ ଏ ଦିଗରେ ସେଭଳି କିଛି ପଦକ୍ଷେପ ନ ନିଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: