Videos
|
Odisha

ଯୁବକଙ୍କୁ ଗାଁ ମଝିରେ ପିଟି ପିଟି  ହତ୍ୟା  

Manini Pattanayak
Browse all articles by Manini Pattanayak
·2 years ago
ଯୁବକଙ୍କୁ ଗାଁ ମଝିରେ ପିଟି ପିଟି  ହତ୍ୟା  

ଝାରସୁଗୁଡା:  ଯୁବକଙ୍କୁ ସର୍ବ ସମ୍ମୁଖରେ ଗାଁ ମଝିରେ ପିଟି ପିଟି  ହତ୍ୟା । ଲଇକେରା ଥାନା ଅନ୍ତର୍ଗତ ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଆଁରେ ବିଳମ୍ବିତ ରାତିରେ ଗାଆଁ ମଝିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲେ ଦୁର୍ବୃତ୍ତ। ମୃତକ ଙ୍କ ନାମ ବିପିନ ଭୋଇ ହୋଇଥିବାବେଳେ ସେହି ଗାଁର ଗୋଟିଏ ପରିବାରର ୬ ଜଣ ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ସୂଚନା ।

ସମସ୍ତ ୬ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି। ଘଟଣା ସ୍ଥଳରେ ଲଇକେରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ସାଇନ୍ତିଫିକ୍ ଟିମ୍ ମଧ୍ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି।
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the police detained all six people and interrogated them. | Argus News