ରାଜନୈତିକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚଢାଇଦେଲେ ଟ୍ରାକ୍ଟର

କଟକ: ଟ୍ରାକ୍ଟର ଚଢାଇ ଯୁବକଙ୍କୁ ହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଡାଳ ଗ୍ରାମରେ। ରାଜନୈତିକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଡାଳ ଗ୍ରାମର ଶୁସାନ୍ତ ରଣାଙ୍କୁ ସେହି ଗ୍ରାମର ୧୦ ରୁ ଉର୍ଦ୍ଧ ଯୁବକ ପ୍ରଥମେ ମାଡମାରି ଲହୁଲୁହାଣ କରି ତଳେ ପକାଇ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମୃତକଙ୍କ ଭାଇ ସନ୍ତୋଷ ରଣା ଆହାତ ହୋଇଛନ୍ତି ମଧ୍ୟ ଆହତ ହୋଇଛନ୍ତି। ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଟ୍ରାକ୍ଟରଟି ଜାଳି ଦେଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ନିଆଁ ଲିଭାଇବା ପାଇଁ ଆସିଥିବା ଅଗ୍ନିଶମ ବାହିନୀର ଗାଡ଼ିକୁ ଗ୍ରାମବାସୀ ଅଟକ ରଖିବା ସହିତ କର୍ମଚାରୀ ମାନଙ୍କୁ ମଧ୍ୟ ଅଟକ ରଖିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର