Videos
|
Odisha

ନାବାଳିକାକୁ ଅନ୍ତଃସତ୍ତ୍ୱl କରି ଜେଲ ଗଲେ ଯୁବକ

Ritu Das
Browse all articles by Ritu Das
·1 year ago·1 min read
ନାବାଳିକାକୁ ଅନ୍ତଃସତ୍ତ୍ୱl କରି ଜେଲ ଗଲେ ଯୁବକ

ଅର୍ଗସ ବ୍ୟୁରୋ: ଠାକୁରମୁଣ୍ଡା ଥାନା ସାଲେଇବେଡା ନିକଟସ୍ଥ ଏଦେଲବେଡା ଗ୍ରାମରେ ଅଭାବନୀୟ ଘଟଣା l ପରସ୍ପର ସହମତିରେ ଯୁବକ ଜଣକ ବାଳିକା ସହିତ ସମ୍ପର୍କ ରଖିବା ପରେ ପରିବାର ଗ୍ରହଣ ନକରିବାରୁ ଯୁବକ ବିବାହ କରିନପାରି ଶେଷରେ ବଳାତ୍କାର ଅପରାଧରେ ଜେଲ ଯାଇଛନ୍ତି। 

ଘଟଣାରୁ ପ୍ରକାଶଯେ, ଏଦଲବେଡା ଅଞ୍ଚଳର ଲେବେୟା ପୂର୍ତ୍ତି ସେହି ଗ୍ରାମର ଜଣେ ନାବାଳିକା ସହିତ ସମ୍ପର୍କ ରଖି ଆସୁଥିଲେ l ନାବାଳିକାଙ୍କ ଘରେ ରହୁଥିଲେ ଲେବେୟା l ଇତି ମଧ୍ୟରେ ନାବାଳିକା ୭ ମାସର ଅନ୍ତସତ୍ତ୍ଵl ହୋଇଥିଲେ। ବିବାହ ପାଇଁ ଲେବେୟା ଉପରେ ଚାପ ପଡିଲା l ଲେବେୟା ବିବାହ ପାଇଁ ରାଜି ଥିଲେ ମଧ୍ୟ ତାଙ୍କ ପରିବାର ଏକମତ ହୋଇନଥିଲେ l ସେଥପାଇଁ ଗ୍ରାମରେ ଭଦ୍ର ଲୋକଙ୍କୁ ନେଇ ବୈଠକ ବସିଲା l 

ଆଲୋଚନା ପରେ ପୁଅ ବାପା ବିବାହ ପାଇଁ କୋଣସି ସର୍ତ୍ତରେ ମଧ୍ୟ ରାଜି ହୋଇନଥିଲେ l ଫଳରେ ବାଧ୍ୟ ହୋଇ ଝିଅ ପରିବାର ପକ୍ଷରୁ ଠାକୁରମୁଣ୍ଡା ଥାନାରେ 4 ତାରିଖରେ ଏତଲା ଦାଏର କରାଯାଇଥିଲା l ପୋଲିସ ଏକ ମାମଲା 100 ଦଫା 376(2)(n), 376(3),506, 34 ଓ ଆର ଡବ୍ଲୁ ସେକ୍ସନ 6 ପୋକ୍ସ ଆକ୍ଟ ବଳରେ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: