ହସନାବାଦ ଶନି ମନ୍ଦିରରୁ ଚୋରି
·1 year ago

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ହସନାବାଦ ଗ୍ରାମ ସ୍ଥିତ ବ୍ରାହ୍ମଣ ସାହିର ଶନି ମନ୍ଦିର ରୁ ସୋମବାର ବିଳମ୍ବିତ ରାତି ରେ କବାଟ ତାଲା ଭାଙ୍ଗି ଚୋରି ହୋଇଛି । ମନ୍ଦିରରୁ ରୂପା ମୁକୁଟ ଯାହା କି ୫୦୦୦୦ ଟଙ୍କାର ହେବ ଏହା ଛଡ଼ା କୋଠ ବାକ୍ସ ଭାଙ୍ଗି ପ୍ରାୟ ୪୦,୦୦୦ ଟଙ୍କା ହଡ଼ପ କରି ନେଇଛନ୍ତି। ଏ ସଂକ୍ରାନ୍ତିରେ ମନ୍ଦିର ପରିଚାଳକ କମିଟି ର ସଦସ୍ୟ ପ୍ରଦୀପ କୁମାର ତ୍ରିପାଠୀ ଓ ଶ୍ରୀକାନ୍ତ ଷଡ଼ଙ୍ଗୀ ଧୂଷୁରୀ ଥାନାରେ ଏକ ଏତଲା ଦାୟର କରାଯାଇ କେସ ନମ୍ବର 296/24 ତଦନ୍ତ ଚାଲୁ ରହିଛି। ପୋଲିସ ଘଟଣା ସ୍ଥଳ ତଦନ୍ତ ଚଳାଇଛି । ଥାନା ଅଧିକାରୀ ଶାନ୍ତନୁ କୁମାର ଜେନା ଜଣାଇଛନ୍ତି ଏବଂ ଖୁବ୍ ଶୀଘ୍ର ଲୁଟେରା ଗ୍ୟାଙ୍ଗ ଙ୍କୁ ଧରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: