Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ

Ritu Das
Browse all articles by Ritu Das
·2 years ago
ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ

ଅର୍ଗସ ବ୍ୟୁରୋ: ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ। ଓଡିଶା ଜଙ୍ଗଲରେ ଅଛନ୍ତି 30 ମହାବଳ ବାଘ ଓ 8 ଶାବକ। ରାଜ୍ୟ ବାଘ ଗଣନାରେ ବଢିଲା ବାଘ ସଂଖ୍ୟା। କେବଳ ଶିମିଳିପାଳରେ ଅଛନ୍ତି 27 ମହାବଳ ବାଘ। ସେହିପରି 1 ବର୍ଷ ରୁ କମ 8 ବାଘ ଛୁଆ ଶିମିଳିପାଳରେ ଅଛନ୍ତି। ବାଘ ଗଣନା ରିପୋର୍ଟ ଆସିବା ପରେ ଟ୍ବିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। 

ଶିମିଳିପାଳକୁ ଛାଡି କେନ୍ଦୁଝରରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦରେ ଗୋଟିଏ ମହାବଳ ବାଘ ଥିବା ଚି଼ହ୍ନଟ ହୋଇଛି। 30 ମହାବଳ ମଧ୍ୟରୁ  14ଟି ବାଘୁଣୀ ଥିବା କହିଛି ବନ ବିଭାଗ। ଅନ୍ୟ ପଟେ ଶିମିଳିପାଳରେ ଆଉ 3 ମହାବଳ ବାଘ ଚି଼ହ୍ନଟ ହୋଇଥିଲେ ମଧ୍ୟ କ୍ୟାମେରା ଟ୍ରାପରେ ତାହା ଜଣା ପଡ଼ିନାହିଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There are 30 tigers | Argus News