Videos
|
Odisha

ଗୋଟିଏ ଶ୍ରେଣୀଗୃହରେ ଚାଲିଛି ୫ଟି କ୍ଲାସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗୋଟିଏ ଶ୍ରେଣୀଗୃହରେ ଚାଲିଛି ୫ଟି କ୍ଲାସ

Key Points

  • ଉପାନ୍ତରେ ବାଟବଣା ଶିକ୍ଷା ବ୍ୟବସ୍ଥା !
  • ସ୍କୁଲରେ ନାହାନ୍ତି ଶିକ୍ଷକ
  • ଗୋଟିଏ ଶ୍ରେଣୀଗୃହରେ ଚାଲିଛି ୫ଟି କ୍ଲାସ

ଅର୍ଗସ ବ୍ୟୁରୋ:  ବନ୍ଧୁଗାଁ BEO ଅଫିସ୍ ରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ଦାସିନି ସ୍କୁଲ୍ । ଏହି ସ୍କୁଲରେ ପାଖାପାଖି 73 ଛାତ୍ର ଛାତ୍ରୀ ରହିଥିବା ବେଳେ ଶିକ୍ଷକ ତିନି ଜଣ। ଖାଲି ସେତିକି ନୁହେଁ ଶ୍ରେଣୀଗୃହ ଅଭାବରୁ ଗୋଟିଏ ଶ୍ରେଣୀ ଗୃହରେ ଚାଲୁଛି ପାଞ୍ଚଟି କ୍ଲାସ୍ ପାଇଁ ପାଠପଢା । ସେ ପୁଣି କ୍ଲାସ୍ ଭିତରେ ଜାଗା ହେଉନଥିବାରୁ  ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ସେପଟେ ପାଠ ପଢାଯାଉଥିବା କ୍ଲାସ୍ ରୁମ୍ ଛାତ ଉପରରୁ ସିମେଣ୍ଟ ଖସି ଗଲାଣି, ବର୍ଷା ସମୟରେ ଛାତରୁ ପାଣି ଗଳୁଛି। ଫଳରେ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ସେତିକି ନୁହେଁ ସ୍କୁଲରେ ରୋଷେଇ ଘର ନଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ କେତେବେଳେ କଦଳୀ ଗଛ ମୂଳେ ତ କେତେବେଳେ ଅଙ୍ଗନବାଡି କେନ୍ଦ୍ରରେ ପାଳି କରି ରୋଷେଇ ହେଉଛି।

ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମାଗ୍ରାମପଂଚାୟତ ର ଉମା ଉନ୍ନତ ଉଚ୍ଚପ୍ରାଥମିକ ବିଦ୍ୟାଳୟ I ଏଠାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଛାତ୍ର ଛାତ୍ରୀ 272 ଶ୍ରେଣୀ ଗୃହ 6 କିନ୍ତୁ ସମସ୍ତ ଶ୍ରେଣୀ ଗୃହ ଅବସ୍ଥା ଅତିଶୋଚନୀୟ I ବିଭିନ୍ନ ସ୍କୁଲ ଛାତରୁ ବର୍ଷା ପାଣି ଗଳିବା ସହ ଛାତର ଫଲସ ପଡୁଥିବା ନେଇ କହିଛନ୍ତି ଛାତ୍ରଛାତ୍ରୀ I ଶ୍ରେଣୀ ଗୃହର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି I ଛାତରେ ମଧ୍ୟ ସ୍ଥାନେସ୍ଥାନେ ଫାଟଦେଖା ଦେଇଛି ଫଳରେ ଟିକିଏ ବର୍ଷା ହେଲେ ପାଣି ଝରୁଛି । ଫଳରେ  ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉପାନ୍ତରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ବର୍ଷ ବର୍ଷ ଧରି ଭଙ୍ଗାଘରେ ଗଢ଼ାଚାଲିଛି ପିଲାଙ୍କ ଭବିଷ୍ୟତ। ଆଉ ଏ ବିସୟରେ ପ୍ରଶାସନ ଜାଣି ମଧ୍ୟ ଚୁପ୍। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There are 5 classes study in one classroom | Argus News