ରାଜ୍ୟରେ ମୋଟ ୩୭ ହଜାର ୮୦୯ ମତଦାନ କେନ୍ଦ୍ର, ପ୍ରତି ବୁଥରେ ହାରାହାରି ୯୦୦ ଭୋଟର

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଲୋକସଭା ପାଇଁ ୨୧ ଜଣ ରିଟର୍ଣ୍ଣିଂ ଅଫିସର, ବିଧାନସଭା ପାଇଁ ୧୩୧ ଜଣ ରିଟର୍ଣ୍ଣିଂ ଅଫିସର ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣି ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ସାରା ରାଜ୍ୟରେ ମତଦାନ କେନ୍ଦ୍ରରେ ନିୟୋଜିତ ହେବା ପାଇଁ ପ୍ରାୟ ୨ ଲକ୍ଷ ୭୦ ହଜାର ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି । ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ ଜଣ ପୋଲିଂ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ।
ରାଜ୍ୟରେ ମୋଟ ଭୋଟର ରହିଛନ୍ତି ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯। ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪। ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩ ହଜାର ୪୩୮। ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୧୯ ହଜାର ୮୬୧। ୧୮ ରୁ ୧୯ ବର୍ଷ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪। ଯାହାକି ଜାତୀୟ ହାର ଠାରୁ ଅଧିକ ରହିଛି। ୮୫ବର୍ଷରୁ ଉର୍ଦ୍ଧ୍ବ ମତଦାତାଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୨୭୩। ୨୦୧୯ ରେ ପ୍ରତି ୧୦୦୦ ପୁରୁଷର ୯୪୬ ମହିଳା ଭୋଟର ଥିବା ଏଥର ୯୭୪ କୁ ବୃଦ୍ଧି ପାଇଛି ଏହି ସଂଖ୍ୟା।
ରାଜ୍ୟରେ ମୋଟ ୩୭ ହଜାର ୮୦୯ ମତଦାନ କେନ୍ଦ୍ର। ପ୍ରତି ବୁଥରେ ହାରାହାରି ୯୦୦ ଭୋଟର ରହିଛି । ୨୦ ପ୍ରତିଶତ ବୁଥ ମଡେଲ ବୁଥ କରାଯିବ। ପୂର୍ବ ଥର ୧୦ ପ୍ରତିଶତ ବୁଥ ରେ ୱେବ୍ କାଷ୍ଟ ହୋଇଥିବା ବେଳେ ୬୦ ପ୍ରତିଶତ ବୁଥ ରେ ୱେବକାଷ୍ଟ ହେବ । ସିଧାପ୍ରସାରଣ ଦେଖିବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ । ବର୍ତ୍ତମାନ ୯୯.୯୯ ପ୍ରତିଶତ ଭୋଟରଙ୍କ ପାଖରେ ଏପିକ କାର୍ଡ ରହିଛି । ଭୋଟର ପରିଚୟ ପତ୍ର ନଥିଲେ ଅନ୍ୟ ୧୨ ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ। ୮୫ ପ୍ରତିଶତରୁ ଅଧିକ ବୟସ୍କ ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନ କ୍ଷମ ଘରୁ ଭୋଟ ଦେଇପାରିବେ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକରୁ ଫେସିଲିଟେସନ ସେଣ୍ଟର୍ ରେ ଭୋଟ ଦେଇ ପାରିବେ। ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଏ ସୁବିଧା ରହିବ।
📱 Get Argus News App
✨ପ୍ରତି ରାଜନୀତିକ ଦଳର ଲୋକସଭା ପ୍ରାର୍ଥୀ ୯୫ ଲକ୍ଷ ଓ ବିଧାନସଭା ପ୍ରାର୍ଥୀ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ । ଯେଉଁମାନେ ଅଧିକ ଖର୍ଚ୍ଚ କରିବେ କିମ୍ବା ତଥ୍ୟ ନ ଦେବେ ଡିସକ୍ୟାଲିଫାଏ କରିବାକୁ ବ୍ୟବସ୍ଥା । ୨୦ ଟି ଏନଫୋର୍ସମେଣ୍ଟ ସଂସ୍ଥା ନଜର ରଖିବେ । ସାଧାରଣ ଲୋକ ଚାହିଁଲେ ସି ଭିଜିଲ ଆପରେ ଅଭିଯୋଗ କରିପାରିବେ । ୧୯୫୦ ରେ ବି ଅଭିଯୋଗ କରିପାରିବେ । ୭ ଟାରୁ ୬ ଟା ଭୋଟିଂ ହେବ ।
ଆହୁରି ପଢନ୍ତୁ ରାଜନୀତି ଖବର...