ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟରେ ଫାଟ
·2 years ago

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ବାର ଅର୍ଥାତ ହସ୍ତି ଦ୍ବାର ଗୁମୁଟରେ ଫାଟ । ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧିରୁ ଖସୁଛି ଫଡାଫଡା ପଥର ଖଣ୍ଡ । ଗୁମୁଟର ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରିକି ଗୋଟିଏ ଟନ୍ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି ।
ଆଉ ଏଭଳି ଫାଟ ସୃଷ୍ଟି ହୋଇଛି ଯେ ହସ୍ତି ଦ୍ବାର ଗୁମୁଟ ପ୍ରତି ସୃଷ୍ଟି ହୋଇଛି ବିପଦ । ଏଣୁ ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ଆଶଙ୍କାର ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: