Videos
|
Odisha

ଅନୁଗତଙ୍କୁ ଖୁସି କରିବାକୁ ଏମଏଲଏ ଲ୍ୟାଡରୁ ପ୍ରମିଳା ଲୁଟିଛନ୍ତି କୋଟି କୋଟି ଟଙ୍କା

Manini Pattanayak
Browse all articles by Manini Pattanayak
·2 years ago·2 min read
ଅନୁଗତଙ୍କୁ ଖୁସି କରିବାକୁ ଏମଏଲଏ ଲ୍ୟାଡରୁ ପ୍ରମିଳା ଲୁଟିଛନ୍ତି କୋଟି କୋଟି ଟଙ୍କା

ଯାଜପୁର:   ବିଜେଡିର ବଡ଼ ଚେହେରା ପ୍ରମିଳାଙ୍କ ନାଁରେ ଦୁର୍ନୀତିର ମାଳମାଳ ଅଭିଯୋଗ । ଅନୁଗତଙ୍କୁ ଖୁସି କରିବାକୁ MLA ଲ୍ୟାଡରୁ ପ୍ରମିଳା ଲୁଟିଛନ୍ତି କୋଟି କୋଟି ଟଙ୍କା । ପ୍ରୋଜେକ୍ଟ ନାଁରେ ମିଛ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହେରଫେର୍ । ଆରଟିଆଇ ତଥ୍ୟ ଖୋଲିଲା ପୋଲ୍ । ବିଜେଡିର ପ୍ରୋମିନେଣ୍ଟ ଫେସ୍ ଏବେ ଦୁର୍ନୀତିର ନାୟିକା । ବିଞ୍ଝାରପୁରରେ ଉଡିଛି ପିସି ମଷ୍ଟ୍ ଷ୍ଟପ୍ ଅଭିଯାନର ଧଜ୍ଜିଆ ।  ରାଜ୍ୟରେ ବିଜେଡିର ପ୍ରୋମିନେଣ୍ଟ ଫେସ୍ ହେଉଛନ୍ତି ବିଞ୍ଚାରପୁର ବିଧାୟିକା ପ୍ରମିଳା ମଲ୍ଲିକ୍। ଆଉ କ୍ଷମତାରେ ଥିବା ବେଳେ ବିଜେଡିର ଫେମସ୍ କ୍ୟାମ୍ପେନ ଥିଲା ପିସି ମଷ୍ଟଷ୍ଟପ୍। ହେଲେ ଏବେ ସାମ୍ନାକୁ ଆସିଛି ଏକ ସାଂଘାତିକ ଚିତ୍ର। ନିଜ ନିର୍ବାଚନ ମଣ୍ଡଳୀରେ ନିଜ ଦଳର ଫେମସ୍ ଅଭିଯାନର ଧଜ୍ଜିଆ ଉଡ଼ାଇଛନ୍ତି ଖୋଦ୍ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ୍। ଥରୁଟେ ଏହି ରସିଦ ଉପରେ ନଜର ପକାନ୍ତୁ। ଏହା ହେଉଛି ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ପ୍ରମିଳା କରିଥିବା ବିଭି ଉନ୍ନୟନମୂଳକ କାମର 2018-19ର ଖର୍ଚ୍ଚ ରସିଦ। ଥରୁଟେ ଏହି ପାର୍ଟ ଉପରେ ନଜର ପକାନ୍ତୁ। ବିଞ୍ଝାରପୁର ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର ବନାଯାଇଥିବା ଏଥିରେ ଦାବି ହୋଇଛି। ଯେଉଁଥିରେ ଠିକାଦାର ଜାୱେଦ ଇକବାଲଙ୍କୁ ବିଭିନ୍ନ ପର୍ଯ୍ୟାୟରେ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଦେଇଛନ୍ତି ପ୍ରମିଳା।

ହେଲେ ବାସ୍ତବତା ହେଉଛି ବିଞ୍ଝାରପୁର ଅଞ୍ଚଳରେ ଏଭଳି କିଛି କମ୍ୟୁନିଟି ସେଣ୍ଟରର ଚିହ୍ନ ବର୍ଣ୍ଣ ନାହିଁ। ଠିକାଦାରଙ୍କ ସହ ମିଶି ପ୍ରମିଳା ଅଞ୍ଚଳବାସୀଙ୍କୁ 39 ଲକ୍ଷର ଚୂନ ଲଗାଇଥିବାର ଅଭିଯୋଗ ଆଣିଛି ବିଜେପି। ସେପଟେ ପଞ୍ଚାୟତ ପି ଇ ଓ ରାଜେଶ କୁମାର ଦାସ ଓ ତାଙ୍କ ବାପା ଭେଣ୍ଡର ଗୋରାଚାନ୍ଦ ଦାସ ମଧ୍ୟ ଲୁଟରେ ସାମିଲ ହୋଇ ମିଛ gst ବିଲ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ଆଣିଛି ବିଜେପି।

 ବିଗତ ତିନି ବର୍ଷରେ ଠିକାଦାରଙ୍କ ସହ ସଲାସୁତୁରାରେ ମିଛ ବିଲ୍ କରି ବିଞ୍ଝାରପୁରରେ ପ୍ରମିଳା କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିବାର ଅଭିଯୋଗ ହୋଇଛି। ପ୍ରମିଳାଙ୍କ ବିରୋଧରେ ଦିନେ ଡାଲି ଦୁର୍ନୀତି ନେଇ ଆସିଥିଲା ସାଂଘାତିକ ଅଭିଯୋଗ। କ୍ଷମତାରେ ଥିବା ବେଳେ ଏହାକୁ ଚପାଇ ଦେଇଥିଲେ ତତ୍କାଳୀନ ବିଜେଡି ସରକାର। ପରେ ଦୁର୍ନୀତି ଟଙ୍କାରେ ଦଳୀୟ ପାଣ୍ଠି ଯୋଗାଡ଼ କରି ବିଜେଡ଼ିର ପ୍ରୋମିନେଣ୍ଟ ଫେସ ବନିଥିଲେ ପ୍ରମିଳା। ଯାହା ଏବେ ବି ଦେଖିବାକୁ ମିଳେ। ଏବେ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଥିବା ଏ ତଥ୍ୟ ପ୍ରମିଳା ଗୁମର ଖୋଲିବା ସହ ବିଜେଡିର ପିସି ମଷ୍ଟ ଷ୍ଟପ୍ ନାରା ପଛର ସତକୁ ଧରା ପକେଇ ଦେଇଛି।   ପ୍ରମିଳାଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ପରେ ଚୁପ୍ ବସିଛି ବିଜେଡି। ଯେଉଁ ଦଳ ଦିନେ ଫାଇବ୍ ଟିରେ ଦୁର୍ନୀତି ମୁକ୍ତ ସରକାର ଓ ପିସି ମଷ୍ଟ ଷ୍ଟପ୍ ର ନାରା ଦେଉଥଛିଲା ସେ ଦଳ କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ଏ ମାମଲାରେ ନବୀନଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଳ। 

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: