Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟସାରା ମିଛ ପ୍ରଚାରର ମାଳ ମାଳ ଉଦାହରଣ  

Manini Pattanayak
Browse all articles by Manini Pattanayak
·2 years ago·2 min read
ରାଜ୍ୟସାରା ମିଛ ପ୍ରଚାରର ମାଳ ମାଳ ଉଦାହରଣ  

ଭୁବନେଶ୍ୱର:  ରାଜ୍ୟସାରା ମିଛ ପ୍ରଚାରର ମାଳ ମାଳ ଉଦାହରଣ । ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରଚାର ପୁସ୍ତିକାରେ ମିଥ୍ୟାର ସୌଦାଗର ସାଜିଛି କି ବିଜେଡି ସରକାର ? । କେଉଁଠି ସୁସ୍ଥ ଲୋକର ମିଛ ଅସ୍ତ୍ରୋପଚାର ତ କେଉଁଠି ସଧବାକୁ ସଜେଇଲେ ବିଧବା । ଲୋକ ନଥାଇ ବି BSKYରେ ଚିକିତ୍ସା ହୋଇଛି । କାଳିଆ ଯୋଜନା, ମନ୍ଦିର ନିର୍ମାଣରେ ବି ଭୁଆଁବୁଲା ପ୍ରଚାର । ପିଏମ ଆବାସରେ ବିଜୁ ପକ୍କାଘର ଲୋଗୋ ଲଗାଇ ଶ୍ରେୟ ନେବାକୁ ବିଜେଡିର ପ୍ରୟାସ ।  

 ଆମ ଓଡିଶା ନୀବନ ଓଡିଶାରେ ଏବେ ପଞ୍ଚାୟତରେ ଚାଲିଛି ସଭା।  ଆଉ ପ୍ରଚାର ପାଇଁ ପୁସ୍ତିକା ଛାପିଛନ୍ତି ସରକାର... ହେଲେ ଏ ପୁସ୍ତିକାରେ ସରକାରଙ୍କ ମିଛ  ପ୍ରଚାରର ମାଳ ପ୍ରମାଣ ଆସୁଛି ସାମନାକୁ .. ଦେଖନ୍ତୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଧରିଥିବା ସଇଁତଳା ଗୌଏଲଭାଡି ଗାଁ  ଗୌରାଙ୍ଗ ପସାୟତଙ୍କୁ।  ଲେଖା ଅଛି ଗୌରାଙ୍ଗ ରାୟପୁରର ନାରାୟଣ ହସପିଟାଲରେ ମାଗଣା ଅସ୍ତ୍ରୋପଚାର କରାଇଛନ୍ତି.. ହେଲେ ଗୌଏଲଭାଡି ଗାଁରେ ଗୌରାଙ୍ଗ ନାଁରେ କେହି ଲୋକ ନାହାଁନ୍ତି। ସେହିପରି ଶିଷକେଲା ଖେଳପଡିଆର ଉନ୍ନିତିକରଣ ପାଇଁ ବିଜେପି ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ 10 ଲକ୍ଷ ଅନୁଦାନ ମିଳିଥିବା ବେଳେ  ଏଥିରେ ପଞ୍ଚାୟିତିରାଜ ବିଭାଗର ଅନୁଦାନର ହିସାବ ଉଲ୍ଲେଖ ଅଛି। ଘୁନସର ମିନି ଷ୍ଟାଡିୟମ  ଓ କୁମ୍ଭାରୀ ଖେଳ ପଡିଆ ପାଇଁ ମିଛ ଅନୁଦାନର ପ୍ରଚାରକୁ  ନେଇ ଆପତ୍ତି ଉଠାଇଛି ବିଜେପି।  

ଆମ ଓଡିଶା ନବୀନ ଓଡିଶାର ପ୍ରଚାର ପୁସ୍ତିକାରେ ବିଭିନ୍ନ ସ୍ଥାନରୁ ଆସୁଛି ମିଛ ପ୍ରଚାର ମାଳ ମାଳ ପ୍ରମାଣ॥ ଏଇ ଯେମିତି ରାୟଗଡା  ମୁନିଗୁଡ଼ାର ସହଦେବ ପ୍ରସାକା। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କ କୀଡନୀ ଅସ୍ତ୍ରୋପଚାର କଥା ଲେଖିଥିଲେ ସରକାର.. ହେଲେ ସହଦେବ ନିଜେ  ମିଛ ଧରାପକାଇ ପ୍ରଶାସନର ମୁହଁ କଳା କରିଥିଲେ ... ସେହିପରି  ବରଗଡ ଅମ୍ବାଭୋନାରେ ତେଜକୁଅଁର ପଟେଲଙ୍କ ସ୍ବାମୀ ବଞ୍ଚିଥିବା ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶାର ଇ ବୁକଲେଟ୍‌ରେ ତେଜକୁଅଁରଙ୍କୁ ବିଧବା ସଜାଇ ଦେଇଥିଲେ  ରାଜ୍ୟ ସରକାର।  ତେଜକୁଅଁର ହିଁ କ୍ୟାମେରା ସାମନାରେ ମିଛ ପ୍ରଚାରର ପୋଲ ଖୋଲିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୟୁରଭଞ୍ଜ ଜାମଦାର ବଡକୁଲେଇବିରାର ମା ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀକୁ ଏକ ଲକ୍ଷ ଟଙ୍କା ସହାୟତାରେ ଧୁପକାଠି ମେସିନ ଦେଇଥିବା ପ୍ରଚାର କରିଥିଲେ ସରକାର.. ହେଲେ ସେହି ଏସଏଚଜି ମହିଳା, ସରକାରଙ୍କ ମିଛ ପ୍ରଚାରର ପୋଲ ଖୋଲିଥିଲେ । ବାସୁଦେବପୁର ଆର୍ତ୍ତୁଙ୍ଗ ପଞ୍ଚାୟତର ଓାର୍ଡମେମ୍ବର ଗୌରାଙ୍ଗ ବେହେରା ତାଙ୍କ ସ୍ତ୍ରୀଙ୍କ ମିଛ ଚିକିତ୍ସା ଓ ନିଜର କାଳିଆ ସହାୟତାକୁ  ନେଇ ପ୍ରତିବାଦ କରିବା ପରେ ସଭାରେ ହିଁ  ବିଜେଡି ନେତାଙ୍କ ହାତାହାତି  ହୋଇଥିଲେ।  କଳାହାଣ୍ଡି ବୋରିଗୁମା ପଡ଼ାରେ ଭକ୍ତଙ୍କ ଦାନରେ ନିର୍ମିତ ମହିମା ମନ୍ଦିରକୁ ରାଜ୍ୟ ସରକାର ନିଜେ କରିଥିବାର ମିଛ ବି ଆସିଥିଲା ସାମନାକୁ ମାଲକାନଗିରି ଓ ବଡମ୍ବାରେ  ବି  ମନ୍ଦିର ନିର୍ମାଣରେ ସରାକାରୀ ଅନୁଦାନର ପୋଲ ଖୋଲି ସରକାରଙ୍କ ମିଛ ପ୍ରଚାରକୁ ଶକ୍ତ ଚାପୁଡା ମାରିଥିଲେ ସାଧାରଣ ଲୋକେ। 

 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
There are many examples of false propaganda across the state | Argus News