୧୦୦ରୁ ଅଧିକ ପରିବାର ପାଇଁ ଗାଁରେ ମାତ୍ର ଦୁଇଟି ନଳକୂପ

ଅର୍ଗସ ବ୍ୟୁରୋ: ବାଡ଼ା ବାଙ୍ଗା ପଞ୍ଚାୟତର ଜଙ୍ଗଲଘର ଗ୍ରାମ ଗ୍ରାମରେ ରହୁଥିବା ୧୦୦ରୁ ଅଧିକ ପରିବାର ଲୋକଙ୍କ ପାଇଁ ଗ୍ରାମରେ ମାତ୍ର ଦୁଇଟି ନଳକୂପ ରହିଛି ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଗୋଟିଏ ସମ୍ପୂର୍ଣ ଅଚଳ ଆଉ ଗୋଟିଏ ରୁ ଘଣ୍ଟାଏ ମାରିଲେ ଗୋଟିଏ ବାଲଟି ପାଣି ଗୋଳିଆ ମାଟି ପାଣି ବାହାରିବା ପରେ ପାଣି ବାହାରିବା ବନ୍ଦ ହୋଇଯାଏ । ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନିଜ ବ୍ଲକ ରେ ଲୋକେ ଏଭଳି ହନ୍ତସନ୍ତ ହେଉଛନ୍ତି ପିଇବା ପାଣି ପାଇଁ ଗତ ନିର୍ବାଚନ ପରେ ବିଧାୟକ ଙ୍କ ପାଦ ଗାଁରେ ପଡିନି ଲୋକଙ୍କ କହିବା ଅନୁସାରେ ଗାଁ ରାସ୍ତା ଦେଇ ବିଧାୟକ ନିଜର ଗାଡ଼ି ରେ ଯାଆନ୍ତି କିନ୍ତୁ ଗାଁ ଲୋକଙ୍କ ସମସ୍ୟା ଦେଖି ନାହାନ୍ତି।
ଗାଁ ରେ ୪ଟି ନଳ କୂଅ ଥିବା ବେଳେ ନଳକୂଅରୁ ଅଳ୍ପ ପାଣି ବାହାରୁଛି । ସେହି ପାଣିକୁ ବାଧ୍ୟ ହୋଇ ଗ୍ରାମ ବାସୀ ମାନେ ପାନୀୟ ରୂପରେ ବ୍ୟବହାର କରୁଛନ୍ତି । ଗାଁ ନିକଟ ବିଦ୍ୟାଳୟ ପଛ ପାର୍ଶ୍ୱରେ ଥିବା ଚୁଆ ସେମାନଙ୍କ ସାହା ଭରସା । ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିଭଳି ମୁଖ୍ୟମନ୍ତ୍ରୀ ସବୁ ପଞ୍ଚାୟତ କୁ ଲକ୍ଷ୍ମୀ ବସ ଯିବା ଆସିବା କରିବ ବୋଲି ଘୋଷଣା କରିଥିଲେ କିନ୍ତୁ ଗାଁ ର ମହିଳା ମାନେ ଆଜି ଯାଏଁ ଲକ୍ଷ୍ମୀ ବସ ଦେଖି ପାରିନାହାନ୍ତି ଯାହାକୁ ନେଇ ମୁଖ୍ୟ ମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି ନାହିଁ ବୋଲି କହିଛନ୍ତି । ତେବେ କେବେ ଏହି ଗ୍ରାମରେ ସରକାରୀ ବାବୁମାନଙ୍କ ପାଦ ପଡ଼ିବ କେବେ ଏହି ଗାଁର ଲୋକ ମାନେ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ତାହାକୁ ଗ୍ରାମବାସୀମାନେ ଅପେକ୍ଷା କରି ରହିଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର: