Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଦା ଗଦା ମଲା କୁକୁଡ଼ା

Ritu Das
Browse all articles by Ritu Das
·2 years ago·1 min read
ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଦା ଗଦା ମଲା କୁକୁଡ଼ା

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଦା ଗଦା ମଲା କୁକୁଡ଼ା । ରାସଗୋବିନ୍ଦପୁର ବ୍ଲକ ପୂର୍ଣ୍ଣଚନ୍ଦ୍ରପୁରର ବ୍ରଏଲର କୁକୁଡାର ଫାର୍ମ କରିଥିବା ଚାଷୀ ଉମେଶ ଜେନା କ୍ଷତି ସହି ନ ପାରି  ପ୍ରାୟ ୨୦୦ ମୃତ କୁକୁଡା ଆଣି ଜିଲ୍ଲାପାଳଙ୍କ ଅଫିସ ପିଣ୍ଡାରେ ଫିଙ୍ଗି ଗଦା କରିଦେଇଛନ୍ତି। ଚିକିତ୍ସା ସହିତ କ୍ଷତିପୂରଣ ବ୍ୟବସ୍ଥା ନ ହେବା ଯାଏଁ ସେମିତି ରହିବ ବୋଲି ଫାର୍ମର ଜଣେ କର୍ମଚାରୀ କହିଛନ୍ତି । 

ସେପଟେ ଭେଟେନାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୨୩ ଦିନରେ ପହଞ୍ଚିବାରେ ଏଭଳି ଘଟଣା ସାମାନାକୁ ଆସିଛି । କେବଳ ଫାର୍ମ ମାଲିକ ନୁହେଁ ଛେଳି,କୁକୁଡା ଓ ଗାଈ ଫାର୍ମ କରିଥିବା ଜିଲ୍ଲାର ଅନେକ ସ୍ବୟଂସହାୟିକା ଗୋଷ୍ଠୀର ମହିଳା ମାନେ ମଧ୍ୟ ସମାନ ଦାବିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହିଞ୍ଚିଥିଲେ। କାର୍ଯ୍ୟାଳୟରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଏଭଳି ଅଭାବନୀୟ ପରିସ୍ଥିତି ଦେଖି ଅପ୍ରସ୍ତୁତ ହୋଇ ପଡିଥିଲେ। ଘଟଣା ନେଇ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଏବଂ  ଧାରଣାରତ ପ୍ରାଣୀଚିକିତ୍ସକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There are piles of dead chickens | Argus News