Videos
|
Odisha

ପଦ୍ମପୁରକୁ ଜିଲ୍ଲା କରାଇନଦେବାକୁ ହୋଇଛି ବଡ଼ ଷଡ଼ଯନ୍ତ୍ର !

Smruti Parija
Browse all articles by Smruti Parija
·2 years ago·2 min read
ପଦ୍ମପୁରକୁ ଜିଲ୍ଲା କରାଇନଦେବାକୁ ହୋଇଛି ବଡ଼ ଷଡ଼ଯନ୍ତ୍ର !

Key Points

  • ସାମ୍ନାକୁ ଆସିଲା ନବୀନ ପଟ୍ଟନାୟକଙ୍କ ଦୋମୁହାଁ ଚରିତ୍ର !
  • ପଦ୍ମପୁରକୁ ଜିଲ୍ଲା କରାଇନଦେବାକୁ ହୋଇଛି ବଡ଼ ଷଡ଼ଯନ୍ତ୍ର!
  • ମନ୍ତ୍ରୀ ଟୁକୁନୀ ସାହୁଙ୍କ ଭାଷଣରୁ ବିଜେଡି ଷଡ଼ଯନ୍ତ୍ରର ବଡ଼ ଖୁଲାସା 
  • ଭୋଟ୍ ପାଇଁ ପଦମପୁରକୁ ଦେଇଥିଲେ ଜିଲ୍ଲା ଗଠନର ମିଛ ଆଶା
  • ଟୁକୁନୀଙ୍କ ସାଂଘାତିକ ବୟାନ ସମ୍ପର୍କରେ ନବୀନ ଦେବେ କି ସ୍ପଷ୍ଟୀକରଣ ?
  • ନଚେତ ପ୍ରମାଣିତ ହୋଇଯିବ ଭୋଟ୍ ପାଇଁ ପଦମପୁର ସହ କରିଛନ୍ତି ଛଳ

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି। ବିଜେଡିର ଏହି ନ୍ୟାରେଟିଭ୍ ଏବେ ଭୁଲପ୍ରମାଣିତ ହୋଇଛି। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାକୁ ନ କରେଇ ନଦେବାକୁ ଷଡଯନ୍ତ୍ର କରିଥାନ୍ତି। ଏକଥା ଆମେ କହୁନି ଏହା ପ୍ରମାଣିତ କରିଛି ମନ୍ତ୍ରୀ ଟୁକୁନୀ ସାହୁଙ୍କର ଏହି ବୟାନ। ଟୁକୁନୀ ଭରା ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା କରେଇ ଦେଲେନି। 

ଟୁକୁନୀ ସାହୁଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ପଦମପୁର ଅଞ୍ଚଳରେ ଲାଗିଯାଇଛି ନିଆଁ। ବିଜେଡି ସରକାର ଉପରେ କ୍ରୋଧ ଜାହିର କରୁଛନ୍ତି ନେତାରୁ ଜନତା। ଧରାପଡ଼ିଯାଇଛି ବିଜେଡିର ଷଡ଼ଯନ୍ତ୍ର। ଉପ ନିର୍ବାଚନରେ ଭୋଟ୍ ହାତେଇବା ପାଇଁ ମିଛ କହିଥିଲେ ମୁଖ୍ୟମନ୍ତ୍ରୀ। କୋର୍ଟଙ୍କ ନିର୍ଦ୍ଦେଶ କେବଳ ଏକ ବାହାନା ଥିଲା। ପଦମପୁରକୁ ଜିଲ୍ଲା କରାଇ ନଦେବାକୁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା। ଏହା ପଦମପୁରବାସୀଙ୍କ କଟା ଘାରେ ଚୁନ ସଦୃଶ ହୋଇଛି।

ବିଜେଡି ସରକାର ଓ ଟୁକୁନୀ ସାହୁ ଟିଟିଲାଗଡ଼ ବାସୀଙ୍କୁ ମଧ୍ୟ ଜିଲ୍ଲା ମାନ୍ୟତାର ଆଶା ଦେଖାଇ ଗତ 2ଟି ନିର୍ବାଚନରେ ଜିତି ଆସୁଛନ୍ତି। ନିଜ ଅଞ୍ଚଳର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ତ ରଖିପାରିଲେ ନାହିଁ। ତେଣୁ ପଦମପୁରକୁ ଜିଲ୍ଲା କରାଇନଦେବାକୁ ଷଡ଼ଯନ୍ତ୍ର ରଚିଲେ। ଯାହାକୁ ସମର୍ଥନ କରୁଥିଲେ ବିଜେଡିର ବହୁ ନେତା। ଆଉ ଏହି ଷଡ଼ଯନ୍ତ୍ରକୁ ଥିଲା ନବୀନଙ୍କର ସମର୍ଥନ । ଏକଥା ନିଜେ କହୁଛନ୍ତି ଟୁକୁନୀ। 

ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ପ୍ରମାଣତ ହୋଇଛି ନବୀନ ଯାହା କୁହନ୍ତି ତାହା କରନ୍ତିନି । 2019ରେ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ବନିବା ପରେ ବିଧାନସଭାର ନବୀନ କହିଥିଲେ ରାଜ୍ୟର 75 ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ 2ଟି କିସ୍ତିରେ 10 ହଜାର ଲେଖାଏଁ ଟଙ୍କା ମିଳିବ । କିନ୍ତୁ ଏବେ ମାତ୍ର 44 ଲକ୍ଷ ଚାଷୀଙ୍କୁ 2ଟି କିସ୍ତିରେ ମିଳୁଛି ମାତ୍ର 4 ହଜାର ଲେଖାଏ ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟୁକୁନୀଙ୍କର ଏ ସାଂଘାତିକ ବକ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ଦେଇନାହାନ୍ତି କୌଣସି ସ୍ପଷ୍ଟୀକରଣ । ଅର୍ଥାତ ଟୁକୁନୀ ଯାହା କହିଛନ୍ତି ସତ କହିଛନ୍ତି ବୋଲି ବିଜେଡି ସ୍ବୀକାର କରୁଛି । ଏଥିସହ ନବୀନ ଜଣେ ଦୋ ମୁହାଁ ଚରିତ୍ରର ବ୍ୟକ୍ତି ବୋଲି ଧରା ପଡ଼ିଯାଇଛନ୍ତି । ସେ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ ମାତ୍ର ମାଳ ମାଳ ଦୁର୍ନୀତି ଖୋର ତାଙ୍କ ପାଖରେ । କୁହନ୍ତି ମହିଳା ସୁରକ୍ଷା ତାଙ୍କ ପ୍ରାଥମିକତା କିନ୍ତୁ ବ୍ୟଭିଚାରୀ ତାଙ୍କ ଚାରି ପାଖରେ ।

ଆହୁରି ପଢନ୍ତୁ ରାଜନୀତି ଖବର...