Videos
|
Odisha

ଚିଲିକା ନଳଘାସରେ ଲାଗିଛି ନିଆଁ

Ritu Das
Browse all articles by Ritu Das
·2 years ago
ଚିଲିକା ନଳଘାସରେ ଲାଗିଛି ନିଆଁ

ଅର୍ଗସ ବ୍ୟୁରୋ: ଚିଲିକା ନଳଘାସରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ନଳଘାସ । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ନିଆଁ ଅସ୍ତବ୍ୟସ୍ତ କରି ପକାଉଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନାଞ୍ଚଳ ଇଲାକା କାଳୁପଡାଘାଟ ସ୍ଥିତ ଚିଲିକା କୂଳଠାରୁ ଅନତି ଦୂରରେ ଲାଗିଛି ନିଆଁ । 

ନଳଘାସ ରେ ନିଆଁ ଲାଗିବା ଦ୍ୱାରା ବିପଦରେ ପଡିଛନ୍ତି ଜଳଚର ଜୀବ , ପକ୍ଷୀ , ଜଳଜ ଉଦ୍ଭିଦ , ବାଘାଡୀ ଇତ୍ୟାଦି । ଚିଲିକା ରେ ନିଆଁ ଲାଗିଲେ ତାକୁ ଲିଭାଇବା ମୁସ୍କିଲ। ହେଲେ ଏହି ନିଆଁ କିଭଳି ଲାଗିଲା ତାହା ମଧ୍ୟ କେହି ଜାଣି ନାହାନ୍ତି। ତେବେ ଏଯାଏ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ବନ୍ୟପ୍ରାଣୀ ସୁରକ୍ଷା ବାହିନୀ। କାଳୁପଡାଘାଟ ସ୍ଥିତ ଚିଲିକା କୂଳଠାରୁ ଅନତି ଦୂରରେ ଲାଗିଥିବା ନିଆଁ ଖବର କେତେକ ମତ୍ସ୍ୟଜୀବୀମାନେ ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There is a big fire | Argus News