Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବ ବିଜେଡି ସରକାରରେ ଅସାଧୁ କର୍ମଚାରୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର

Odisha

ପୂର୍ବ ବିଜେଡି ସରକାରରେ ଅସାଧୁ କର୍ମଚାରୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର

Manini Pattanayak
Browse all articles by Manini Pattanayak
·1 year ago·2 min read
ପୂର୍ବ ବିଜେଡି ସରକାରରେ ଅସାଧୁ କର୍ମଚାରୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଗୋଟିଏ ପରେ ଗୋଟିଏ ଖୋଲୁଛି ଜମି ଦୁର୍ନୀତିର ପୋଲ୍ । ପଦାରେ ପଡୁଛି ଗରିବ ଭୂମିହୀନଙ୍କ ତଣ୍ଟି ଚିପି, କମ୍ପାନୀ ହାତକୁ ଜମି ଟେକିଦେବାର ଚକ୍ରାନ୍ତ ।  ଯେତେ ଖୋଳିଲେ, ସେତେ ବାହାରୁଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଗୋଟିଏ ପରେ ଗୋଟିଏ ଖୋଲୁଛି ଜମି ଦୁର୍ନୀତିର ପୋଲ୍ । ପଦାରେ ପଡୁଛି ଗରିବ ଭୂମିହୀନଙ୍କ ତଣ୍ଟି ଚିପି, କମ୍ପାନୀ ହାତକୁ ଜମି ଟେକିଦେବାର ଚକ୍ରାନ୍ତ । ରାଜ୍ୟରେ ବିଜେପି ସରକାର ସରକାରୀ ଜମି ଜବରଦଖଲ ଉଚ୍ଛେଦକୁ ନେଇ କଠୋର ହେଉଥିବାରୁ ପ୍ରତିବାଦ କରିବାକୁ ଗରିବଙ୍କୁ ମିଳିଛି ବଳ । ହରିଦାସପୁରରେ ସିମେଣ୍ଟ କମ୍ପାନୀ କୋଟିକୋଟି ମୂଲ୍ୟର ସରକାରୀ ଜମି ସହ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଜମି ଏବଂ ଭୂମିହୀନ ଦଳିତ ପରିବାରର ସିଲିଂ ଜମି କବଜା କରିଥିବା ଅଭିଯୋଗ ହୋଇଛି । କମ୍ପାନୀ ଜମି ଫେରାଇବା ଦାବିରେ ମୁଣ୍ଡ ଟେକୁଛି ଆନ୍ଦୋଳନ ।

ଧର୍ମଶାଳା ତହସିଲ ଅଧୀନ ଥାନୁଆଳ, ହରିଦାସପୁର, ଆରୁହା, ପାଖର ପଞ୍ଚାୟତର ଯୋଗରଡ଼ା ଓ ନାନପୁର ମୌଜାରେ, ରାମକୋ କମ୍ପାନି ଜବରଦଖଲ କରିଛି ଏକର ଏକର ଜମି । ତଥ୍ୟ ଅନୁସାରେ ନାକପୋଲ ରାଜସ୍ବ ସର୍କଲ ଅଧୀନ ଯୋଗରଡ଼ା ମୌଜାର ଖାତା ନମ୍ବର ୭୯ ଓ ପ୍ଲଟ୍ ନମ୍ବର ୧୦୬ର ୧.୩୬ଏକର ଜମି, ଖାତା ନମ୍ବର ୭୭ ଓ ପ୍ଲଟ୍ ନମ୍ବର ୧୪୩ର ୧.୫୪ଏକର ଓ ପ୍ଲଟ୍ ନମ୍ବର ୧୫୨ରେ ୨.୫୩ ଏକର ଜମି କମ୍ପାନି ଜବରଦଖଲ କରିନେଇଛି । ମୁରାରିପୁର ଭାଗବତ ଗୋସାଇଁଙ୍କର ଅଧ ଏକର ମୂଲ୍ୟବାନ ଚାଷଜମି ମଧ୍ୟ କମ୍ପାନି କବ୍‌ଜା କରିନେଇଥିବା ଅଭିଯୋଗ ହୋଇଛି ।   ସରକାରୀ ଓ ଦୋବୋତ୍ତର ଜମି ବ୍ୟତୀତ କମ୍ପାନୀ ଗରିବଙ୍କ ଜମି ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ଗଡ଼ମଧୁପୁର ରାଜା ଯୋଗରଡ଼ା ଓ ରଘୁନାଥପୁର ଅଞ୍ଚଳର ଦଳିତ ପରିବାର ଓ ଭୂମିହୀନଙ୍କୁ ୪ ଗୁଣ୍ଠ ଲେଖାଏଁ ଜମି ଦେଇଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି, ସେମାନଙ୍କୁ ସିଲିଂ ଜମି ପଟ୍ଟା ପ୍ରଦାନ କରିଥିଲେ।

2020ରେ ସିମେଣ୍ଟ କମ୍ପାନୀ ପ୍ରତିଷ୍ଠା ସମୟରେ ବିଭିନ୍ନ ପ୍ରଲୋଭନ ଦେଖାଇ ସିମେଣ୍ଟ କମ୍ପାନି ଗରିବଙ୍କ ଜମି କବ୍‌ଜା କରି ନେଇଥିବା ଲୋକେ ଅଭିଯୋଗ କରିଛନ୍ତି । ଗରିବଙ୍କୁ ପ୍ରାପ୍ୟ ଦେବା ବଦଳରେ ବିଜେଡି ନେତାଙ୍କୁ ହାତ ବାରିସୀ କରି କମ୍ପାନୀ ଲୋକଙ୍କୁ ଠକିଥିବା ଲୋକେ ଅଭିଯୋଗ କରିଛନ୍ତି ।  ଜମି ହରାଇ ସୁଜାତା ଭଞ୍ଜଙ୍କ ପରି ଅନେକ ପରିବାର ଏବେ ରାସ୍ତାକଡ଼ରେ ଭଙ୍ଗାକୁଡିଆରେ ମୁଣ୍ଡ ଗୁଞ୍ଜିଛନ୍ତି । ବିଜେଡି ସରକାର ସମୟରେ ଲୋକଙ୍କ ବିରୋଧକୁ ଚପାଇ ଦେଉଥିଲେ ପ୍ରଭାବଶାଳୀ ରାଜନେତା ଓ ଠିକାଦାର । ଏବେ ବଢୁଛି ଲୋକଙ୍କ ଆକ୍ରୋଶ । ଜମି ଜବରଦଖଲ ନେଇ ଏହି କମ୍ପାନୀ ବିରୋଧରେ ସରକାରୀସ୍ତରରେ ହୋଇଛି ୩ଟି ଦେୱାନୀ ମାମଲା  । ଗୋଚର ଜମିର ଉନ୍ନତିକରଣ ନାଁରେ ଚଞ୍ଚକତା କରି ଧର୍ମଶାଳାର ତତ୍କାଳୀନ ତହସିଲଦାର ଭୂସମ୍ପତିକୁ କମ୍ପାନି ହାତକୁ ଟେକି ଦେଇଥିବା ଅଭିଯୋଗ ସହ ନ୍ୟାୟ ଦାବି କରିଛନ୍ତି ଅଞ୍ଚଳବାସୀ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
There is a big movement demanding the return of cement company land | Argus News