Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଷ୍ଠୀ କନ୍ଦଳରେ 4 ଜଣ ଗୁରୁତର, 10 ଆହତ   

Manini Pattanayak
Browse all articles by Manini Pattanayak
·2 years ago
ଗୋଷ୍ଠୀ କନ୍ଦଳରେ 4 ଜଣ ଗୁରୁତର, 10 ଆହତ   

କଟକ: ଆଠଗଡ଼ ଥାନା ବଡଭୂଇଁ ପଞ୍ଚାୟତର ଦୁଇସାହି ମଧ୍ୟରେ ଗୋଷ୍ଠୀ କନ୍ଦଳ । ବୋମାମାଡ଼ ସହ ଢେଲାମାଡ଼, ଭଙ୍ଗାରୁଜା । 4 ଜଣ ଗୁରୁତର ହୋଇଥିବାବେଳେ 10 ଜଣ ଆହତ ହୋଇଛନ୍ତି ।

ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । 4 ଜଣ ଗୁରୁତର ହେଲେ ଲକ୍ଷ୍ମୀଧର ଜେନା, ଜିତେନ୍ଦ୍ର ଜେନା, ଜଳଧର ଜେନା ଓ ପୁଷ୍ପଲତା ଜେନା । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । 

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored