Videos
|
Odisha

ଡାକ୍ତରଖାନା ଅଛି, ହେଲେ ଡାକ୍ତରଙ୍କ ଦେଖାନାହିଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଡାକ୍ତରଖାନା ଅଛି, ହେଲେ ଡାକ୍ତରଙ୍କ ଦେଖାନାହିଁ

ଅର୍ଗସ ବ୍ୟୁରୋ:  ଚିକିତ୍ସାଳୟ ରେ ରୋଗୀ ଦେଖୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଥିବା ସୋହଡା ଠାରେ ଥିବା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସାଳୟକୁ ଆସୁନାହାନ୍ତି ଡାକ୍ତର, ଫଳରେ ଚିକିତ୍ସା ପାଇଁ ଆସିଥିବା ଚାରି ପଞ୍ଚାୟତ ର ସ୍ଥାନୀୟ ଲୋକମାନଙ୍କୁ ମିଳୁନାହିଁ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା। ।ସେପଟେ ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ରୋଗୀ । ୧୯୮୨ ମସିହାରେ ସ୍ଥାପିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାଏ ୧୬ ଟି ଗ୍ରାମର ୭ ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଆଖପାଖ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ଓପିଡ଼ି ଖାତା ଅନୁସାରେ ପ୍ରତିଦିନ ଶତାଧିକ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।

ଆସୁଥିବା ରୋଗୀଙ୍କୁ ଦେଖିଛନ୍ତି ଫାର୍ମାସିଷ୍ଟ ମାନେ ଚିକିତ୍ସା କରୁଥିବା କହିଛନ୍ତି । ତେବେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ପୂର୍ବରୁ ଦୁଇ ଜଣ ଡାକ୍ତର ଥିବା ବେଳେ ଏବେ ଜଣେ ରହିଛନ୍ତି ସେପଟେ ତୁରନ୍ତ ଡାକ୍ତର ନିଯୁକ୍ତି ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସେପଟେ ଏନେଇ ଜିଲ୍ଲା ଚିକିତ୍ସାଧିକାରୀ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
there is a hospital, but there is no doctor | Argus News