ମୁଣ୍ଡଫଟା ଖରା ସାଙ୍ଗକୁ ଗାଁରେ ଲାଗିରହିଛି ପାନୀୟ ଜଳ ସମସ୍ୟା

ଅର୍ଗସ ବ୍ୟୁରୋ: ଦୁର୍ଗମ ଅଞ୍ଚଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଲୋକଙ୍କ ନିକଟରେ ପହଞ୍ଚୁନି ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାର ଲାଭ। ଆର୍ପଣ ଗ୍ରାମରେ ଦୀର୍ଘ ବର୍ଷ ହେବ ଲାଗି ରହିଛି ଅନେକ ସମସ୍ୟା। ସେଥିମଧ୍ୟରୁ ଶିକ୍ଷା ଏବଂ ଜଳସଙ୍କଟ ମୁଖ୍ୟ ସମସ୍ୟା ପାଲଟିଛି। ଏନେଇ ଗାଁ ଲୋକ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ମଧ୍ୟ କିଛି ଲାଭ ମିଳୁ ନ ଥିବା କହିଛନ୍ତି। ଗାଁକୁ ନାଁ କେବେ ଆସନ୍ତି ଅଧିକାରୀ ନାଁ ଆସନ୍ତି ନେତା ମନ୍ତ୍ରୀ, କେବଳ ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କ ପାଦ ପଡେ ଗାଁରେ।
ଏହେଉଛି ରାୟଗଡା ଜିଲ୍ଲା କରୁବାଇ ପଞ୍ଚୟତ ଅର୍ପଣl ଗାଁ ର ଦୃଶ୍ୟ। ଏହି ଗାଁ ରେ ୬୨ ପରିବାର ବାସ କରିଥାନ୍ତି ଏବଂ ଲୋକ ସଂଖ୍ୟା କହିଲେ ୩୦୦ରୁ ଉର୍ଦ୍ଧ୍ବ ଏବଂ କୁନି କୁନି ପିଲଙ୍କ ସଂଖ୍ୟା ପାଖା ପାଖି ୨୫। ହେଲେ ଆଜିବି ଏହି ଗ୍ରାମର ପିଲା ନିରକ୍ଷର ହୋଇ ଗାଁ ଦାଣ୍ଡରେ ବୁଲୁଛନ୍ତି। କାରଣ ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୪ବର୍ଷ ପୂର୍ବେ ରାଜ୍ୟ ସରକାର ଉପସ୍ଥାପନ କମ ଦେଖାଇ ବନ୍ଦ କରି ଦେଇଛନ୍ତି। ସେହିପରି ଗାଁରେ ଦୁଇଟି ଟ୍ବୁବଓ୍ବେଲ ଥିଲେ ମଧ୍ୟ ତାହା ଅକାମି ହୋଇ ପଡିଛି।
ଗାଁରେ ଏକ ସୋଲାର ଟ୍ୟାଙ୍କ ମଧ୍ୟ ରହିଛି କିନ୍ତୁ ଜଳସ୍ତର କମ କାରଣରୁ ପାଣି ଉଠାଇ ପାରୁନି ମୋଟର। ଯାହାଫଳରେ ଲୋକେ କାମ ଧନ୍ଦା ଠାରୁ ଆରମ୍ଭ କରି ରୋଷେଇ ବାସ କରିବା ନିମନ୍ତେ ଅନେକ ସମସ୍ୟା ଭୋଗୁଛନ୍ତି।
ସେହିପରି ଗାଁରେ ଅଧିକାଂଶ ଘର ନଡା ଛପର ଓ ଝିଙ୍କର ଫଳରେ ବର୍ଷା ଦିନରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ। ଚଳିତ ବର୍ଷ ମାତ୍ର ଗାଁରେ ୪ ଜଣଙ୍କୁ ମିଳିଛି ଆବାସ ଗୃହ। ଦୀର୍ଘ 25 ବର୍ଷ ଶାସନ କାଳ ମଧରେ ରାଜ୍ୟ ସରକାର ଆଜି ପର୍ଯନ୍ତ ଏହି ଗ୍ରାମକୁ ନା ଯୋଗାଇ ପାରିଛନ୍ତି ଶିକ୍ଷା, ନା ପାନୀୟ ଜଳ ନା ଇନ୍ଦିରା ଆବାସ ଗୃହ,ଯାହା ଅତ୍ୟନ୍ତ ଅନୁତାପର ବିଷୟ। ତେବେ କେବେ ଏହି ଗାଁର ମୌଳିକ ସମସ୍ୟାର ସମାଧାନ କରୁଛନ୍ତି ରାଜ୍ୟ ସରକାର ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର