Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାରିଦ୍ବାର ନ ଖୋଲିବା ନେଇ ପ୍ରବଳ ଜନ ଅସନ୍ତୋଷ

Odisha

ଚାରିଦ୍ବାର ନ ଖୋଲିବା ନେଇ ପ୍ରବଳ ଜନ ଅସନ୍ତୋଷ

Ritu Das
Browse all articles by Ritu Das
·2 years ago·2 min read
ଚାରିଦ୍ବାର ନ ଖୋଲିବା ନେଇ ପ୍ରବଳ ଜନ ଅସନ୍ତୋଷ

ଅର୍ଗସ ବ୍ୟୁରୋ: ଚାରିବର୍ଷ ପରେ ବି ଖୋଲିଲାନି ଚାରିଦ୍ବାର, ଅଣନିଃଶ୍ବାସୀ ପାଲଟିଛି ସିଂହଦ୍ବାର। ଧର୍ମ ,ଅର୍ଥ କାମ ମୋକ୍ଷକୁ ନେଇ ଭକ୍ତଙ୍କ ଭାବାବେଗ କ୍ଷୁର୍ଣ୍ଣ ,ଗୋଟିଏ ଦ୍ଵାରରେ ପ୍ରବେଶ ଯୋଗୁଁ ସମ୍ଭବ ହେଉନି ଭିଡ ନିୟନ୍ତ୍ରଣ। ଏ ଭିଡ ଭିତରେ ଅଣନିଶ୍ବାସୀ ହୋଇଯାଉଛି ଭକ୍ତ। ପ୍ରବଳ ଖରାରେ ଦେହ ଶିଝି ଯାଉଛି। ପାଦ ପୋଡିଯାଉଛି। ହେଲେ ଏତେ ଦୂରରୁ  ଭକ୍ତ ଯେଉଁ ଉଦ୍ଦେଶ୍ୟ ନେଇ ପୁରୀ  ଧାଇଁ ଆସିଥଲା। ଜଗାର  ଗୋଟିଏ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କଲା। ତାହା ବି ପୂରଣ ହୋଇପାରିଲାନାହିଁ।

ଏହି ଚାରି ଦ୍ବାର ଦେଇ ଭକ୍ତ ଜଗା ଦର୍ଶନର ପରମ୍ପରା ରହିଛି। ଏହା ଶାସ୍ତ୍ର ସମ୍ମତ। ହେଲେ ରାଜ୍ୟ ସରକାର ଜିଦରେ ଅଟଳ। ଅହଙ୍କାର ପାଇଁ ଭକ୍ତ ଓ ଭଗବାନଙ୍କ ଭିତରେ ବାଡ଼ ତିଆରି କରିଛନ୍ତି ସରକାର। ବାରମ୍ବାର ଦାବି ପରେ ବି ଖୋଲୁନାହିଁ ଚାରିଦ୍ବାର । ଯାହାକୁ ନେଇ ଉଠିଛି ପ୍ରଶ୍ନ। ବୁଦ୍ଧିଜୀବୀ ପୁରୀ ବାସିନ୍ଦା ଟାର୍ଗେଟ୍ କରିଛନ୍ତି 5ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ। 

ବିନା ବାଧାରେ ସହଜ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖର୍ଚ୍ଚ ହେଲା ପ୍ରାୟ 16 ଶହ କୋଟି। ଭକ୍ତଙ୍କ ସୁବିଧା ଆଳରେ ଏସି ସେଡ ବି କରାଯାଇଛି । ଦୁଇମାସରେ ଏସି ସେଡ ପାଇଁ ୧୪ଲକ୍ଷର ବିଦ୍ୟୁତ୍ ବିଲ୍  ବି ଗଣିବେ ସରକାର। ଏବେ ପ୍ରଶ୍ନ ଚାରିଦ୍ବାର ବନ୍ଦ ପଛରେ କାହାର ରହଛି ଷଡଯନ୍ତ୍ର। 
୨୦୧୯ରୁ  ବନ୍ଦ ଅଛି ଚାରିଦ୍ବାର ଦର୍ଶନ। ରାଜ୍ୟ  କ୍ୟାବିନେଟ ନିଷ୍ପତ୍ତି ବଳରେ  ସରକାର  ଚାରି ଦ୍ବାର ବନ୍ଦ କରିଛନ୍ତି।  ଭି ଆଇ ପି ଦର୍ଶନ ପାଇଁ ଚାରିଦ୍ୱାର ବନ୍ଦ ରଖାଯିବା ଅଭିଯୋଗ ହୋଇଥିବା ବେଳେ କେବଳ ପୁରୀ ବାସୀଙ୍କ ପାଇଁ  ପଶ୍ଚିମ ଦ୍ଵାରରେ ଖୋଲାଯାଉଛି। ହେଲେ ଏଠି ବି ଚାଲିଛି ହାତଗୁଞ୍ଜା କାରବାର। ହାତଗୁଞ୍ଜା ଦେଉଥିବା ନିର୍ଦ୍ଦିଷ୍ଟ ଭକ୍ତଙ୍କୁ ଦର୍ଶନ ସୁବିଧା ଦିଆଯାଉଛି। ସବୁ ଜାଣିବି ମନ୍ଦିର ପ୍ରଶାସନ ଚୁପ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଆଙ୍କ ଅସ୍ମିତାର ପ୍ରତୀକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାରିଦ୍ୱାରରେ ବାଡ଼ ପକାଇ କାହିଁକି  ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଠିଆ ହେଉଛନ୍ତି  ରାଜ୍ୟ ସରକାର। ଚାରିଦ୍ବାର ବନ୍ଦ ପଛରେ କାହାର ରହଛି ଷଡଯନ୍ତ୍ର। ଏ କେବଳ ହାତଗଣତି କିଛି ବାବୁଙ୍କ ଅହଙ୍କାର ନା ଆଉ କିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
There is a lot of public | Argus News