Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୋସିଆଲ ମିଡିଆରେ ଟିକେଟ୍ ଚର୍ଚ୍ଚା

Odisha

ସୋସିଆଲ ମିଡିଆରେ ଟିକେଟ୍ ଚର୍ଚ୍ଚା

Smruti Parija
Browse all articles by Smruti Parija
·2 years ago·2 min read
ସୋସିଆଲ ମିଡିଆରେ ଟିକେଟ୍ ଚର୍ଚ୍ଚା

Key Points

  • ସୋସିଆଲ ମିଡ଼ିଆରେ ଧ୍ରୁବ-ଅଂଶୁମାନ ୱାର
  • ସୋସିଆଲ ମିଡିଆରେ ଟିକେଟ୍ ଚର୍ଚ୍ଚା
  • ଧ୍ରୁବ ସମର୍ଥକ ଓ ଅଂଶୁମାନ ସମର୍ଥକଙ୍କ ଭିତରେ ଶୀତଳ ଯୁଦ୍ଧ 
  • ରାଜନଗର ନିର୍ବାଚନ ମଣ୍ଡଳୀରୁ ଟିକଟ କିଏ ପାଇବ ଚର୍ଚ୍ଚା ଜୋର 
     

ଅର୍ଗସ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ । ନିଜ ସପକ୍ଷରେ ଭୋଟ ବ୍ୟାଙ୍କ୍ ସୃଷ୍ଟି ପାଇଁ ପୁରା ଦମରେ ଲାଗି ପଡିଛନ୍ତି ନେତାମାନେ । ରାଜନଗର ନିର୍ବାଚନ ମଣ୍ଡଳୀର ଚିତ୍ର କିନ୍ତୁ ଅଲଗା । ରାଜନଗରରେ ଧ୍ରୁବ ସାହୁ ଟିକଟ ପାଇବେ କି ଅଂଶୁମାନ ଟିକଟ ପାଇବେ ସେନେଇ ଚାଲିଛି କସରତ ଓ ସୋସିଆଲ ମିଡିଆରେ ୱାର୍ । ଫେବୃଆରୀ 13 ତାରିଖ ଦିନ ପୂର୍ବତନ ବିଧାୟକ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେବା ପରେ ରାଜନଗର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବେଶ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି ।

ରାଜନଗର ନିର୍ବାଚନ ମଣ୍ଡଳୀରୁ କିଏ ଟିକଟ ପାଇବ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଯେହେତୁ ବିଧାୟକ ଧ୍ରୁବ ସାହୁ ସଂଗଠନ ସହ ଅଛନ୍ତି ଓ ଲୋକଙ୍କ ସହ ଅଛନ୍ତି ବିଜେଡିରୁ ଟିକଟ ପାଇବାକୁ ଆଶା ବାନ୍ଧିଛନ୍ତି । ଏଣେ ଅଂଶୁମାନ ବିଜେଡିରେ ମିଶିବା ଦିନ ଠାରୁ ନିଜକୁ ଟିକେଟ ଦାବିଦାର ବୋଲି ଭାବୁଛନ୍ତି ।

ଧ୍ରୁବ ସମର୍ଥକ ଓ ଅଂଶୁମାନ ସମର୍ଥକଙ୍କ ଭିତରେ ଲାଗିଛି ଶୀତଳ ଯୁଦ୍ଧ । ଧ୍ରୁବଙ୍କ ସମର୍ଥକ ସମସ୍ତଙ୍କ ସୁଖ ଦୁଃଖର ସାଥୀ ଆମ ଭାଇ ", "ପୁଣି ଧ୍ରୁବ ଭାଇ", ବୋଲି ପ୍ରଚାର ଚଳାଇଥିବା ବେଳେ ଅଂଶୁମାନଙ୍କ ସମର୍ଥକ ମାନେ ସୋସିଆଲ ମିଡିଆରେ "ସମସ୍ତଙ୍କ ପ୍ରିୟ ନେତା ", "ନିର୍ବିବାଦୀୟ ନେତା "ଅଂଶୁମାନ ଭାଇ ଏଥର ନେତା " ବୋଲି ଲେଖି ଚାଲିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧ୍ରୁବଙ୍କ ସମର୍ଥକମାନେ ଅଂଶୁମାନ ଏମପି ଟିକେଟ ପାଇବେ ଓ ଆମ ଭାଇ ପୁଣି ବିଧାୟକ ବୋଲି ପୋଷ୍ଟ କରିଚାଲିଛନ୍ତି । ରାଜନଗରରେ ଏଥର ମୋ ଭାଇ ଅଂଶୁମାନ ବିଧାୟକ ବୋଲି ଅଂଶୁମାନ ସମର୍ଥକ କହୁଛନ୍ତି ତ ଧ୍ରୁବ ଭାଇ ଆମର ବିଧାୟକ ହୋଇସାରିଲେଣି ବୋଲି ଧ୍ରୁବଙ୍କ ସମର୍ଥକ କହୁଛନ୍ତି । ଅଂଶୁମାନଙ୍କ ସମର୍ଥକ ମାନେ ବାଣ ଫୁଟାଇ ଖୁସି ମନାଉଥିବା ବେଳେ ଧ୍ରୁବଙ୍କ ସମର୍ଥକମାନେ ଆଗକୁ ଧ୍ରୁବ ବୋଲି କହି ବୁଲୁଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
There is a lot of talk about who will get ticket from Rajnagar constituency | Argus News