Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲ୍ ରହିଛି କିନ୍ତୁ ସ୍କୁଲ୍ ଘର ନାହିଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍କୁଲ୍ ରହିଛି କିନ୍ତୁ ସ୍କୁଲ୍ ଘର ନାହିଁ

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ସ୍କୁଲ୍ ରହିଛି କିନ୍ତୁ ସ୍କୁଲ୍ ଘର ନାହିଁ । ନାହିଁ ନାହିଁରେ ଚାଲିଛି ପାଠ ପଢା। ଖୋଲା ଆକାଶ ତଳେ ଚାଲିଛି ପିଲାଙ୍କ ଭବିଶ୍ୟତ ଗଢା। ଏଚିତ୍ର ହେଉଛି କୋରାପୁଟ ନାରାୟଣପାଟଣା ବ୍ଲକ୍ ପୋଡାପଦର କ୍ଲଷ୍ଟରର ସୁଡେଶୁ ଗାଁର। ଗାଁ ର ଏକ ଗଛ ମୁଳେ ଥିବା ଦଦରା ଟିଣ ଛପର ଘର କାନ୍ଥରେ ଲାଗିଛି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର । ଲେଖା ହୋଇଛି ସ୍କୁଲ୍ ର ନାମ । ମାତ୍ର ଖୋଲା ଆକାଶ ତଳେ ପାଠ ପଢୁଛନ୍ତି କୋମଳମତି। ନାଁ ଅଛି ପକ୍କା ଶ୍ରେଣୀ ଗୃହ ନା ଅଭି ଭିତ୍ତିଭୂମି।

ଏ ଘଟଣା ଆଜିକାର ନୁହେଁ । ବର୍ଷ ବର୍ଷ ଧରି ଏଠି  ତେନ୍ତୁଳିଗଛ ମୁଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ନିତି ଦିନ ଏପରି ଗଛ ମୁଳେ ପାଲ ପକେଇ ଖୋଲା ଆକାଶ ତଳେ ଗଛ ମୁଳେ ପ୍ରଥମରୁ ପଞ୍ଚମ ଯାଏଁ ୨୦ ଜଣ  ପିଲାଙ୍କ ଭବିଷ୍ୟତ ଗଢା ହେଉଛି । ଗଛ ମୁଳେ ପିଲାଙ୍କ ପାଇଁ ରନ୍ଧା ହେଉଛି ମଧ୍ୟାନ ଭୋଜନ । ସେଠାରେ ବସି ପାଠ ପଢା ଭୋଜନ ଏକ ସଙ୍ଗେ କରୁଛନ୍ତି ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ୫ ଟି ଶାସନରରେ ଏ ହେଉଛି ଦୁର୍ଗମରେ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is a school but no school house | Argus News