ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ପାଇପାରୁନାହାନ୍ତି ରୋଗୀ

ଅର୍ଗସ ବ୍ୟୁରୋ: ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ବହୁ ଲୋକେ ଆସିଥାନ୍ତି , କିନ୍ତୁ ଡାକ୍ତର ଖାନା ରେ ଉଚିତ ସେବା ନପାଇବାର କାରଣ ଏଠାରେ ଉପଯୁକ୍ତ ଡାକ୍ତର ଓ ଅନ୍ୟାନ୍ୟ ବିଭାଗ ର ବହୁ ପଦବୀ ଖାଲି ପଡ଼ିବା , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସମେତ ଭେଷଜ, ସର୍ଜରୀ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି । ଏମ୍ ବି ବି ଏସ୍ ଡାକ୍ତର ଓ ପରିଚାଳକ ଅଧିକାରୀ ପଦବୀ ମଧ୍ୟ ଖାଲି ରହିଛି । ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୧ ଜଣ ଡାକ୍ତର ଓ ନିକଟସ୍ଥ ଯାମୁକେଶ୍ୱର ସି ଏଚ୍ ସି ପାଇଁ ୧୦ ଜଣ ଡାକ୍ତର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ନିୟମ କରିଥିଲେ ସୁଦ୍ଧା ଯଶିପୁର ରେ ମାତ୍ର ୪ ଜଣ ନିୟମିତ ଡାକ୍ତର ରହିଥିବା ବେଳେ ଯାମୁକେଶ୍ୱର ସିଏଚସି ମାତ୍ର ଜଣେ ନିୟମିତ ଡାକ୍ତର ଅଛନ୍ତି।
ଯଶିପୁର ଅଞ୍ଚଳରେ ୨୬ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ମଧ୍ୟରୁ ୨୨ ଟି ଆରୋଗ୍ୟ କେନ୍ଦ୍ର ରେ ରୂପାନ୍ତରିତ ହୋଇଛି । ହେଲେ ଡାକ୍ତର, ନର୍ସ ଅଭାବରୁ ସେସବୁ ଉପକେନ୍ଦ୍ର ବନ୍ଦ ଅବସ୍ଥାରେ ରହିଛି । ଯଶିପୁର ଦେଇ ଜାତୀୟ ରାଜପଥ ଲମ୍ବିଥିବାରୁ ଅଧିକାଂଶ ସମୟରେ ଦୂର୍ଘଟଣା ଘଟିଥାଏ । ତତସହିତ ଯଶିପୁର ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଗରିବ ରୋଗୀ ଯଶିପୁର ଉପରେ ନିର୍ଭର କରିଥାନ୍ତି ଏଣୁ ଯଶିପୁର ସିଏଚସି ପାଇଁ ଆନେସ୍ଥେସିଆ ଓ ସିଜରିଆନ୍ ର ଆବଶ୍ୟକ ହୁଏ । ହେଲେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ହୋଇପାରେ ନାହିଁ । ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ଓ ଅଞ୍ଚଳ ବାସୀ ଉପକୃତ ହୋଇପାରିବେ ତାହାକୁ ହିଁ ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: