Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିରେ ଜୋରଦାର ହେଉଛି ପାଣ୍ଡିଆନ ବିରୋଧୀ ସ୍ବର

Odisha

ବିଜେଡିରେ ଜୋରଦାର ହେଉଛି ପାଣ୍ଡିଆନ ବିରୋଧୀ ସ୍ବର

Manini Pattanayak
Browse all articles by Manini Pattanayak
·1 year ago·2 min read
ବିଜେଡିରେ ଜୋରଦାର ହେଉଛି ପାଣ୍ଡିଆନ ବିରୋଧୀ ସ୍ବର

ଭୁବନେଶ୍ୱର:  କ୍ଷମତାରୁ ଗଲେ ଶେଷ ହୋଇଯିବ ବିଜେଡି...ସତ ହେଉଛି କି ଏହି ପୂର୍ବାନୁମାନ...ଶଙ୍ଖ ଦଳରେ ଏବେ ଜୋରଦାର ପାଣ୍ଡିଆନ ବିରୋଧୀ ସ୍ବର...ଖୁଲମଖୁଲ୍ଲା ନେତା କରୁଛନ୍ତି ବିଷୋଦଗାର...ଜନତାଙ୍କ ମନରେ ବି ଆକ୍ରୋଶ...ପ୍ୟାରୀଙ୍କ କ୍ଷେତ୍ରରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ ଦଳକୁ ରଖିଥିଲା ଏକାଠି...କିନ୍ତୁ ଭୈରବଙ୍କ କ୍ଷେତ୍ରରେ କାହିଁକି ଦୁର୍ବଳ ଓ ନରମ ବିଜେଡି ସୁପ୍ରିମୋଙ୍କ ଆଭିମୁଖ୍ୟ... ବିଜେଡିରେ ଏବେ କିଛି ପାଣ୍ଡିଆନ ସପକ୍ଷବାଦୀ ଆଉ କେତେକ ପାଣ୍ଡିଆନଙ୍କ ବିରୋଧରେ କରୁଛନ୍ତି ବିଷୋଦଗାର । ପ୍ରୋ ପାଣ୍ଡିଆନ୍-ଆଣ୍ଟି ପାଣ୍ଡିଆନ୍ ଗୋଷ୍ଠୀଙ୍କୁ ନେଇ ବିଜେଡିରେ ବଢୁଛି କନ୍ଦଳ । ସମୟ ଗଡୁଛି କିନ୍ତୁ ଗଠନ ହୋଇପାରୁନି ରାଜ୍ୟ ପଦାଧିକାରୀ ଟିମ୍ । ଚର୍ଚ୍ଚା ବବିଙ୍କ କାନ୍ଧରେ ବନ୍ଧୁକ ରଖି ବିଜେଡିକୁ ପୁଣି କଣ୍ଟ୍ରୋଲ କରିବାକୁ ପାଣ୍ଡିଆନ୍ ଙ୍କ ଯୋଜନାକୁ ଦଳର ବରିଷ୍ଠ ନେତାଙ୍କ ଜୋରଦାର ବିରୋଧ । ଯେଉଁଥିପାଇଁ 7 ତାରିଖରୁ ଆଜି ପର୍ଯ୍ୟନ୍ତ ଦଳର ବିଭିନ୍ନ ପଦ ପଦବୀ ଖାଲି ପଡିଛି  । ହେଲେ ନୂଆ ଟିମ୍ ଗଢି ଦଳର କାର୍ଯ୍ୟକ୍ରମରୁ ଆଗକୁ ନେବା ଲାଗି ସାହାସ ଜୁଟାଇ ପାରୁନାହାନ୍ତି ନବୀନ । ପରାଜୟ ପରର ଘଡି ସନ୍ଧି ମୁହୁର୍ତ୍ତରେ ନିଜର ପାଣ୍ଡିଆନ୍ ପ୍ରୀତି ପାଇଁ ବରିଷ୍ଠଙ୍କ କଥା କୁ ଅଣଦେଖା କଲେ ଦଳ ଭାଙ୍ଗିଯିବାର ଡର ଘାରିଛି ନବୀନଙ୍କୁ । ଶଣନ୍ତୁ ଏ ନେଇ କଣ କହୁଛନ୍ତି ଦଳର ବରିଷ୍ଠ ନେତା । 

ନଜର ପକାନ୍ତୁ ବିଜେଡି ଭିତରେ କେଉଁମାନେ ପ୍ରୋ ପାଣ୍ଡିଆନ୍- ଆଉ କେଉଁମାନେ ଅଛନ୍ତି ଆଣ୍ଟି ପାଣ୍ଡିଆନ୍ ଗୋଷ୍ଠୀରେ । ପାଣ୍ଡିଆନ୍ ଙ୍କୁ ନେଇ ପୂର୍ବରୁ ଚୁପ ଥିବା ଲୋକେ ପରାଜୟ ପରେ ନିଆଁବାଣ ହୋଇଛନ୍ତି । ଯେଉଁ ଲିଷ୍ଟରେ ରହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଭାତ ବିଶ୍ବାଳ, ବଦ୍ରି ପାତ୍ର, ନୃସିଂହ ଚରଣ ସାହୁ, ସମ୍ବିତ ରାଉତରାୟ ଙ୍କ ଭଳି ନେତା । ସେପଟେ ପ୍ରୋ ପାଣ୍ଡିଆନ୍ ଗ୍ରୁପରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ,ଦେବାଶିଷ ସାମନ୍ତରାୟ,ସୁଧୀର ସାମଲଙ୍କ ଭଳି ନେତା । ଏ ଦୁଇ ଗୋଷ୍ଠୀ ବିବାଦ ଭିତରେ କଥା ଅଟକିଛି ଦଳର ସଙ୍ଗଠନ ସମ୍ପାଦକ ପଦବୀ ପାଖରେ । ବବି ଙ୍କ ସ୍ଥାନରେ ସଂଙ୍ଗଠନ ସଂପାଦକ ତାଙ୍କ ବିରୋଧୀ ଗୋଷ୍ଟୀ ଭିତରୁ ଜଣେ ବରିଷ୍ଠଙ୍କୁ ମିଳୁ... ସେପଟେ ପାଣ୍ଡିଆନ୍ ସପକ୍ଷବାଦୀ ଗୋଷ୍ଠୀ ସଙ୍ଗଠନ ସମ୍ପାଦକ ପଦବୀ ମୂଳରୁ ହଟାଇ ଦେବାକୁ କହିଛନ୍ତି । ଯାହାକୁ ନେଇ ଅଡୁଆରେ ବିଜେଡି ସୁପ୍ରିମୋ । 
 ପରାଜୟ ପରେ ନବୀନଙ୍କ ନୋ-ଆକ୍ସନ ଥିଓରୀ ଭିତରେ ବବି-ପାଣ୍ଡିଆନ୍ ଙ୍କୁ ନେଇ ଦଳ ଦୁଇଭାଗରେ ବିଭକ୍ତ ହେଲାଣି । ଆଉ ଏଭଳି ସ୍ଥିତିରେ ଦଳର ସୁପ୍ରିମୋ କେବେ ଓ କିପରି ନୂଆ ଟିମ୍ ଗଠନ କରୁଛନ୍ତି ତାହା ଉପରେ ନଜର। 

ଅଧିକ ପଢନ୍ତୁ  ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
There is a strong anti-Pandian voice in BJD | Argus News