Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମମତାଙ୍କ ବୟାନକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା

Odisha

ମମତାଙ୍କ ବୟାନକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା

Ritu Das
Browse all articles by Ritu Das
·1 year ago·1 min read
ମମତାଙ୍କ ବୟାନକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା

ଅର୍ଗସ ବ୍ୟୁରୋ: ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ମମତା ସରକାର । କୋଲକାତାର ମହିଳା ଡାକ୍ତରଙ୍କ ସହ ଘଟିଥିବା ଜଘନ୍ୟ ନିର୍ଯାତନା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ, ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଅସମ୍ବେଦନଶୀଳତାକୁ ସ୍ପଷ୍ଟ କରୁଥିବା ଏକ୍ସ ପୋଷ୍ଟରେ ଲେଖିଛନ୍ତି ସିଏମ ମୋହନ ମାଝୀ । ମମତା ବାନାର୍ଜୀ ନିଜେ ଜଣେ ନାରୀ ହୋଇ ବି ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ। ଅନ୍ୟପଟେ ସେ ଦେଶକୁ ବିଭାଜନ କରିବା ପାଇଁ ପ୍ରୟାସ କରୁଛନ୍ତି । ଦେଶବାସୀ ଉଚିତ ସମୟରେ ଜବାବ ଦେବେ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ମମତାଙ୍କ ମନ୍ତବ୍ୟକୁ ଲଜ୍ଜାଜନକ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସାଂସଦ ପ୍ରଦୀପ ପୁରୋହିତ।

ମମତାଙ୍କ ଶାସନରେ ପଶ୍ଚିମବଙ୍ଗବାସୀଙ୍କୁ ମିଳୁନି ନ୍ୟାୟ । ହିଂସାକୁ ମମତାଙ୍କ ବୟାନକୁ ଗଣତନ୍ତ୍ର ପ୍ରତି ଉପହାସ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂହ । ବିଜେଡି ବି ମମତାଙ୍କୁ ସମାଲୋଚନା କରିଛି। ବିଧାୟକ କଳିକେଶ ସିଂଦେଓ କହିଛନ୍ତି ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ଘଟୁଥିବା ଅତ୍ୟାଚାର ଉପରେ ରୋକ୍ ଲାଗିବା ଜରୁରୀ`

ଅଭୟା ଘଟଣାକୁ ନେଇ କୋଲକାତାରେ ଅଶାନ୍ତିର ନିଆଁ । ରାଜ୍ୟବ୍ୟାପୀ ଜାରି ରହିଛି ବିକ୍ଷୋଭ ଓ ପ୍ରତିବାଦ । ନିର୍ଯାତନାର ଶିକାର ଝିଅକୁ ନ୍ୟାୟ ବଦଳରେ ମମତା ସରକାର, ଘଟଣାକୁ ନେଇ କରୁଛନ୍ତି ରାଜନୀତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus Whatsapp Channel Mobile Top
Sponsored
There is a strong | Argus News