Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ଟାଙ୍କି ଅଛି କିନ୍ତୁ  ପାଣି ନାହିଁ  । ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ ।  ଏ ହେଉଛି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଦୁର୍ଗାପୁରୁ ଗାର କଥା । ପାଣି ପାଇଁ ବିକଳ୍ପ ବ୍ୟବସ୍ଥା ଏଠାରେ ନାହିଁ । ଗାଁରେ ଉଭରହେର୍ଡ ପାଣି ଟାଙ୍କି ବନାଯାଇ ଗାଁ ଲେୋକଙ୍କୁ  ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି ସତ । କିନ୍ତୁ ଟ୍ରାନ୍ସଫର୍ମର ଓ ପମ୍ପ ମଟର ପୋଡିଯାଇଛି ।  ଏହା ସହ ବିଦ୍ୟୁତ ବିଲ୍ ବି ଦିଆଯାଇନି । ବିଲ ନ ଦେବାରୁ ପ୍ରକଳ୍ପ ଅଆରମ୍ଭ ହେୋଇ ମଧ୍ୟ ଆଜି ଯାଏ ଅଞ୍ଚଳ ଅବସ୍ଥାରେ ।

୭୦ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ପାଇଁ ଖଣିଜ ପାଣ୍ଠିରୁ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି । ଏବଂ ଗାଁର ୩ ଶହ ପରିବାରଙ୍କ ଘରକୁ ପାଇପ ବି ସଂଯୋଗ କରାଯାଉଛି। କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କିଛି ଦିନ ଅଧାପନ୍ତରିଆ ଭାବେ ଚାଲିଥବା ବେଳେ ଆଜିକୁ ପ୍ରାୟ ବର୍ଷେ ହେବ ପାଣି ଆସୁନି ଆଉ ଭଙ୍ଗା ଅବସ୍ଥାରେ ପଡିଛି । ଅନ୍ୟ ପକ୍ଷରେ ପାନୀୟ ଜଳ ବିଭାଗ ଯନ୍ତ୍ରୀ ଓ ହେଲପ୍ ଲାଇନ୍ କୁ ବାରମ୍ବାର ଅଭିଯୋଗ ପରେ କର୍ଣ୍ଣପାତ କରୁନଥିବା ଲୋକେ ଅଭିଯେୋଗ କରିଛନ୍ତି ।

ତେବେ ଏ ସମ୍ପର୍କରେ ଅନୁଗୋଳ ଜିଲ୍ଲା ସିର୍ଦ୍ଧାର୍ଥ ସଙ୍କର ସ୍ବାଇଁ କହିଛନ୍ତି ଯେ , ଯଦି ଭିତିଭୂମି ରହିଛି ତାହେଲେ ତୁରନ୍ତ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ । ତୁରନ୍ତ ନିର୍ମାଣ ଆରମ୍ଭରୁ ଖରାପ ହୋଇପଡ଼ିଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ଚାଲୁକରାଯାଇଛି।  ଗ୍ରାମବାସୀଙ୍କ ପାଇଁ କେବେ ପାଣିର ସଠିକ ବ୍ୟବସ୍ଥା କରାଯାଉଛି ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
There is a tank but no water | Argus News