Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା

Odisha

ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଟଣାଓଟରା

ଅର୍ଗସ ବ୍ୟୁରୋ: ଲୋକସଭା ବାଚସ୍ପତି ପଦକୁ ନେଇ ସହମତ ହୋଇ ନ ପାରିବା ପରେ ବିରୋଧୀ ଦଳ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ବାଚସ୍ପତି ପଦ ପାଇଁ ବିରୋଧୀ ନିଜ ପ୍ରାର୍ଥୀ ଘୋଷଣା କରିଛି। କେ. ସୁରେଶଙ୍କୁ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି। ସେ ଏଥିପାଇଁ ନାମାଙ୍କନ ଭରିଛନ୍ତି। ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ ପକ୍ଷରୁ ଲୋକସଭା ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବୁଧବାର ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଶାସକ ଦଳ ଏବଂ ବିରୋଧୀଙ୍କ ସହମତି ଅନୁଯାୟୀ ବାଚସ୍ପତି ନିର୍ବାଚିତ ହେଉଥିଲେ। କିନ୍ତୁ ଏଥର ଏହି ପରମ୍ପରା ଭାଙ୍ଗିବାକୁ ଯାଉଥିବା ଜଣାପଡିଛି। lତେବେ ଏନଡିଏ ପାଖରେ ଲୋକସଭାରେ ବହୁମତ ଥିବାରୁ ଓମ ବିର୍ଲା ପୁଣିଥରେ ବାଚସ୍ପତି ହେବା ସମ୍ଭାବନା ବହୁତ ଅଧିକ ରହିଛି।

ସେପଟେ ମଙ୍ଗଳବାର ସଂସଦରେ ଶପଥ ନେଇଛନ୍ତି ଓଡ଼ିଆ ସାଂସଦ। ସୋମବାର ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଶପଥ ଗ୍ରହଣ କରିଥିଲେ। ମଙ୍ଗଳବାର ବାକି ୧୭ ଓଡ଼ିଆ ସାଂସଦ ନେଇଛନ୍ତି ଶପଥ। ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତରେ ଏବଂ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ନେଇଥିଲେ। ସେହିପରି ବୈଜୟନ୍ତ ପଣ୍ଡା, ସମ୍ବିତ୍‌ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ଅନିତା ଶୁଭଦର୍ଶିନୀ, ସଙ୍ଗୀତା କୁମାରୀ ସିଂହଦେଓ, ମାଳବିକା ଦେବୀ, ପ୍ରଦୀପ ପୁରୋହିତ, ଅନନ୍ତ ନାୟକ, ଅଭିମନ୍ୟୁ ସେଠୀ, ଡ. ରବିନ୍ଦ୍ର ନାରାୟଣ ବେହେରା, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି। ସଂସଦର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଥିଲେ। ଲୋକସଭାରେ 542 ଆସନରୁ ଏନଡିଏ ପାଖରେ 293 ଆସନ ରହିଛି। ତେଣୁ ନିଜ ପସନ୍ଦର ବାଚସ୍ପତି ଚୟନ କରିବା ଲାଗି ଏନଡିଏ ପାଇଁ କଷ୍ଟକର ହେବନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is a tug-of-war between the ruling party and the opposition | Argus News