ଶ୍ରେଣୀଗୃହରେ ଚାଲିଛି ଅଫିସ୍, ଖାଇବାକୁ ନାହିଁ ଜାଗା

ଅର୍ଗସ ବ୍ୟୁରୋ: ଏ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳ ଦେଙ୍ଗେସ୍ ଖାଲ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ । 1986 ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ଏହି ପଞ୍ଚାୟତ ସହ ଆଖପାଖ ଅନ୍ୟ ପଞ୍ଚାୟତର ପିଲା ମଧ୍ୟ ନିଜ ଭବିଷ୍ୟତ ଗଢ଼ିବାକୁ ଏହି ସ୍କୁଲ ଉପରେ ନିର୍ଭର କରନ୍ତି । ସ୍କୁଲ କହିଲେ ଚାରୋଟି ଟିଣ ଛପର ବଖରା କୁ ନେଇ ଗଠିତ ଶ୍ରେଣୀଗୃହ । ସେଥିରୁ ଗୋଟିଏ ବଖରାରେ ସ୍କୁଲ କାର୍ଯ୍ୟାଳୟ ସହ ଶିକ୍ଷକ ମାନଙ୍କ କମନ ରୁମ୍ ଚାଲିଥାଏ। ଆଉ ଅନ୍ୟ ତିନୋଟିରେ ଅଷ୍ଟମ ନବମ ଓ ଦଶମ ଶ୍ରେଣୀ ପାଠ ପଢା ହୁଏ। ଅନ୍ୟ ଶ୍ରେଣୀ ପାଇଁ ଶ୍ରେଣୀଗୃହ ନଥିବାରୁ ଆଗପଛ ହୋଇ ବାରଣ୍ଡାରେ ବସି ପାଠପଢା ହୁଏ । 167 ପିଲାଙ୍କୁ 7 ଜଣ ଶିକ୍ଷକ କିଭଳି ପଢ଼ାଉଥିବେ ତାହା ଆପଣ ଅନୁମାନ କରୁଥିବେ ।
ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ନିର୍ମାଣ ହୋଇଛି 5 ଟି ସ୍କୁଲ । ମାତ୍ର ନିର୍ମାଣର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ପିଲାଙ୍କ କାମରେ ଆସୁନି । ଫଳରେ ଏହି ଭଙ୍ଗା ଦଦରା ସ୍କୁଲରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଭବିଷ୍ୟତ ଗଢା । ବାରଣ୍ଡାରେ ପାଠ ପଢା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ । ଖେଳ କୁଦ ପାଇଁ ନା ଅଛି ଖେଳ ପଡିଆ ନାଁ ଅଛି ଛାତ୍ରୀଙ୍କ ଲାଗି ଟଇଲେଟ । ଏପରିକି ସ୍କୁଲର ପାଚେରୀ ମଧ୍ୟ ନାହିଁ।
ବିଜେଡି ସରକାରରେ ଶିକ୍ଷାର ବିକାଶ ନିମନ୍ତେ 5ଟି ସ୍କୁଲ ନିର୍ମାଣ କରାଯାଇଛି । ମାତ୍ର ଅନେକ ସ୍ଥାନ ରେ କାମରେ ଲାଗୁନି ଶ୍ରେଣୀଗୃହ । କୋଉଠି ବିଲଡିଂ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିଛିତ କୋଉଠି ନିର୍ମାଣ ସମ୍ପୂର୍ଣ ହୋଇବି କାମରେ ଲାଗୁନି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: