ରାଜ୍ୟରେ କୋଟି କୋଟି ହଜାର ଟଙ୍କାର ଚାରା ଦୁର୍ନୀତି ହୋଇଛି: ବିଜେପି

ଅର୍ଗସ ବ୍ୟୁରୋ: ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି। ଆସନ୍ତାକାଲି ଠାରୁ ଭୁବନେଶ୍ଵରରେ ଆନ୍ଦୋଳନ ହେବ । ରାଜଧାନୀ ସହ ସାରା ରାଜ୍ୟରେ ଚାରା ଘୋଟାଲାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନ ହେବା। ରାଜ୍ୟରେ ପ୍ରାୟ କୋଟି କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କଲା ଦଳ । ରାଜଧାନୀରେ ହକି ଖେଳ ଆଢ଼ୁଆଳରେ ଚାପି ଦେଲେ ଚାରା ଟଙ୍କା।
ବିଭିନ୍ନ ଓଭରବ୍ରିଜ୍ ତଳେ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କାହିଁକି ଆନ୍ଧ୍ର ଆଉ ତେଲେଙ୍ଗାନା ରୁ ଗଛ ଆସିଛି। ଗୋଟାଏ ଗଛ ପିଛା ୧୨ ହଜାର ଦେଇଛନ୍ତି। ସାଧାରଣ ଲୋକଙ୍କ ପଇସାକୁ ହରି ଲୁଟ୍ କରିଛନ୍ତି। ଏହାର ଉତ୍ତର ସରକାର ଦେବା ଦରକାର। ଏହି ଦୁର୍ନୀତିର ନେତୃତ୍ୱ ନେଉଛନ୍ତି ଅଣ ଓଡ଼ିଆ ଅଫିସର। ଓଡ଼ିଶା ଶାସନ ବ୍ୟବସ୍ଥାରେ ରହି ଓଡ଼ିଶା ବାସୀଙ୍କୁ ପ୍ରତାରଣା କରିବା ସହ ବିଶାସଘାତ କହିଛନ୍ତି। ସିବିଆଇ ତଦନ୍ତ ହେଲେ ଏହି ଅଧିକାରୀ ମାନେ ଜେଲ ଯିବେ। ଚାରା ଦୁର୍ନିତିରେ ବିହାର ଲାଲୁ ସରକାର୍ ପରି ଓଡ଼ିଶାରେ ବି ନବୀନ ସରକାର ମଧ୍ୟ ପତନ ହେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: