Videos
|
Odisha

ମା' କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତି କାର୍ଯ୍ୟ ବିଳମ୍ବକୁ ନେଇ ଦେଖାଦେଇଛି ଅସନ୍ତୋଷ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମା' କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତି କାର୍ଯ୍ୟ ବିଳମ୍ବକୁ ନେଇ ଦେଖାଦେଇଛି ଅସନ୍ତୋଷ

ଅର୍ଗସ ବ୍ୟୁରୋ:  କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତି କାର୍ଯ୍ୟ ବିଳମ୍ବ କୁ ନେଇ ଦେଖା ଦେଇଛି ଅସନ୍ତୋଷ। ମା ଚଣ୍ଡୀ ଙ୍କ ମନ୍ଦିର ର କାର୍ଯ୍ୟ ଗତ ବର୍ଷ ଅକ୍ଟୋବରରେ ଶେଷ ହେବ ବୋଲି ପ୍ରଶାସନିକ ନିଷ୍ପତ୍ତି ହୋଇଥିଲା ହେଲେ କାମ ସରିବା ତ ଦୂରର କଥା ଅଧା କାର୍ଯ୍ୟ ହୋଇ ମନ୍ଥର ଗତି ରେ ଚାଲିଛି। ଦଶହରା ଆଉ କିଛି ଦିନ ଥିବାବେଳେ ମା ଙ୍କ ମନ୍ଦିର ଅଧାଭଙ୍ଗା ଅବସ୍ଥାରେ ପଡିରହିଛି। ସମଲେ ରୀ ତାରା ତାରିଣୀ ମନ୍ଦିର କାମ ଶେଷ ହୋଇଥିବା ବେଳେ କଣ ପାଇଁ ପୂର୍ବ ସରକାର ଚଣ୍ଡୀ ମନ୍ଦିର କୁ ଅଣଦେଖା କରିଛନ୍ତି ଯାହାକୁ ନେଇ ଅସନ୍ତୋଷ ଜାହିର କରିଛି କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି। ତେବେ  70 କୋଟି  ଟଙ୍କା ବ୍ୟୟରେ ନିର୍ମାଣ ହେବା କୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ରେ କି କାର୍ଯ୍ୟ ହେଉଛି ମନ୍ଦିର କେଉଁ ଢାଞ୍ଚା ରେ ନିର୍ମାଣ ହେବ ତାହା ମଧ୍ୟ ସର୍ବସାଧରଣ ଜାଣିବାର ଆବଶ୍ୟକତା ଅଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ।

ମନ୍ଦିର ସମ୍ପ୍ରସାରଣ ପାଇଁ ଯେଉଁ ଜମି କିଣା ଯାଇଥିଲା ତାହା ଅନାବଶ୍ୟକ ଭାବେ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ କରାଯାଇଛି। ଭକ୍ତ ଙ୍କ ଦାନରୁ 40 ଭାଗ ପୂଜକମାନେ କାହିଁକି ନେଉଛନ୍ତି ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ନିର୍ମାଣ କରିବା ପାଇଁ ଦାବି କରିଛି କମିଟି । ତେବେ ଏ ବାବଦରେ ମନ୍ଦିର ପରିଚାଳନା କମିଟି କିମ୍ବା ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: