Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଖ୍ୟମନ୍ତ୍ରୀଙ୍କ ସହ ମିଶିବା ଓ କଥାହେବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା

Odisha

ମୁଖ୍ୟମନ୍ତ୍ରୀଙ୍କ ସହ ମିଶିବା ଓ କଥାହେବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା

Ritu Das
Browse all articles by Ritu Das
·2 years ago·2 min read
ମୁଖ୍ୟମନ୍ତ୍ରୀଙ୍କ ସହ ମିଶିବା ଓ କଥାହେବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା

ଅର୍ଗସ ବ୍ୟୁରୋ: ମାନା ହୈ ଅନ୍ଧେରା ଘନା ହୈ। ଲେକିନ୍ ଦୀୟା ଜଲାନା କହାଁ ମନା ହୈ । ହଁ ଆଜ୍ଞା । ଜଣେ ଥିଲେ ୨୫ ବର୍ଷ ଧରି ରାଇଜର ମୁଖିଆ । ଯାହାଙ୍କ ସହ କଥା ହେବା ତ ଦୂରର କଥା । ଦର୍ଶନ ମିଳିଗଲେ ବି ରାଇଜବାସୀ ସୌଭାଗ୍ୟ ବୋଲି ଭାବୁଥିଲେ । ଆଉ ଗୋଟିଏ ପଟେ ଏବେ ଏବେ ଶପଥ ନେଇଥିବା ସିଏମ୍ । ୫ ଦିନରେ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ଭେଟିସାରିଲେଣି ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଲୋକେ ଚର୍ଚ୍ଚା କରୁଛନ୍ତି ଏହିପରି ହେବା ଦରକାର ପ୍ରକୃତ ପିପୁଲ୍ସ ସିଏମ୍।

ଯେଉଁ ଦୃଶ୍ୟ ଦେଖିବାକୁ ପ୍ରତିଟି ଓଡ଼ିଆ ଦୀର୍ଘବର୍ଷ ଧରି ଅପେକ୍ଷା କରିଥିଲେ, ଆଜି ସେହି ସ୍ବପ୍ନ ପୂରଣ ହେବା ଭଳି ଲାଗୁଛି। ଦିବ୍ୟାଙ୍ଗ କମ୍ପ୍ୟୁଟର ଶିକ୍ଷକ ଅର୍ଜୁନ ନାୟକ ମଧ୍ୟ ନିଜ ଆଖିକୁ ବିଶ୍ବାସ କରିପାରୁନାହାନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ସାନ୍ତ୍ବନା ଦେଉଛନ୍ତି। ନିଜ ହାତରେ ପାଣି ପିଆଇ ଦେଉଛନ୍ତି। ଯାହା କଳ୍ପନାରେ ମଧ୍ୟ ଭାବିନଥିଲେ ଅର୍ଜୁନ ତାହା ସତ ହେଉଥିବା ଦେଖି ତାଙ୍କ ଆଖିରୁ ଝରିପଡ଼ିଥିଲା ଅନନ୍ଦାଶ୍ରୁ। ଅର୍ଜୁନଙ୍କର ମରିଯାଇଥିବା ସବୁ ଆଶା ଭରସା ପୁଣି ଜୀବନ୍ୟାସ ପାଇଥିଲା। 
ଗୋଟେପଟେ ବାବୁଗିରିର ବଦନାମ ଦୁନିଆ ଭିତରେ ନିଜକୁ ହଜେଇ ଦେଇଥିବା, ବାରମ୍ବାର ସେମାନଙ୍କ ଦ୍ବାରା ଅପମାନିତ ହେଉଥିବା ମୁଖିଆ । ଆଉ ଗୋଟିଏ ପଟେ ଏବେ ଏବେ ୫ ଦିନ ଆଗରୁ ଶପଥ ନେଇଥିବା ସିଏମ୍ । ଆପଣ ନିଜେ ବିଚାର କରନ୍ତୁ । ପ୍ରକୃତ ପକ୍ଷରେ କିଏ ଲୋକଙ୍କ ମୁଖ୍ୟମନ୍ତ୍ରୀ ବା ପିପୁଲ୍ସ ସିଏମ୍। ଲୋକଙ୍କ ପାଇଁ ଯାହା ହୃଦୟ କାନ୍ଦୁଛି । ଲୋକଟିଏ ଅସୁବିଧାରେ ଥିଲେ ଯିଏ ସାଙ୍ଗେ ସାଙ୍ଗେ ଆକ୍ସନକୁ ଆସୁଛନ୍ତି । ସାମାଜିକ ଗଣମାଧ୍ୟମରୁ ସୂଚନା ପାଇବା ପରେ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଭଦ୍ରକ ଚାନ୍ଦବାଲି ମାଧପୁର ଗାଁର ନାବାଳକ ବାବୁଲି ବାରିକଙ୍କୁ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହ ସମସ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି। ? 

ଖାଲି ଅର୍ଜୁନ ନାୟକ କିମ୍ବା ବାବୁଲିଙ୍କ ପରିବାର ନୁହନ୍ତି ରାଜ୍ୟ ଅତିଥୀ ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରିଥିବା ପ୍ରତ୍ୟେକ ଲୋକଙ୍କର ସମାନ ଅନୁଭୂତି। ହବନି ବା କାହିଁକି । କାରଣ ଗତ 25 ବର୍ଷ ଧରି ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଦେଖିଆସୁଥିଲେ ତାଙ୍କୁ ଭେଟିବାତ ଦୂରର କଥା ଦୂରରୁ ଦେଖିବା ମଧ୍ୟ ସମ୍ଭବ ନଥିଲା। ଆଉ ଏବେ ମୁଖ୍ୟମନ୍ତ୍ରୀ ରାତି ଦୁଇଟା ଯାଏ ଲୋକଙ୍କୁ ଭେଟୁଛନ୍ତି, ଦୁଃଖ ଶୁଣୁଛନ୍ତି, ଭଲମନ୍ଦ ପଚାରିବୁଝୁଛନ୍ତି। ଓଡ଼ିଶାବାସୀଙ୍କ ପାଇଁ ଇଏ ସମ୍ପୂର୍ଣ୍ଣ ନୂଆ ଅନୁଭୁତି। ଶପଥ ନେବା ପରଦିନଠୁ ଏଯାଏଁ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ଭେଟି ସାରିଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଟିର ମଣିଷ, ଖାଣ୍ଟି ଓଡ଼ିଆ କହୁଥିବା ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରକୃତ ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ । ପୂର୍ବରୁ ଯଦିଓ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ବାଳ ଆଦିବାସୀ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଛନ୍ତି ତାହା ଥିଲା କିନ୍ତୁ ବାଧ୍ୟବାଧକତା । ପ୍ରକୃତରେ ଗିରିଧର ଗମାଙ୍ଗଙ୍କୁ ୧୯୯୫ରେ ମୁଖ୍ୟମନ୍ତ୍ରୀ କରିବାର ଥିଲା । କିନ୍ତୁ ତାଙ୍କଠୁ ପଦ ଛଡ଼ାଇ ନେଇ ଜାନକୀବଲ୍ଲଭଙ୍କ ମୁଣ୍ଡରେ ଭିଡ଼ା ଯାଇଥିଲା ଶିରପା । ତେଣୁ ଓଡ଼ିଆ ମାଟିର ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି ମୋହିନ ମାଝି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
There is great | Argus News