Videos
|
Odisha

ଭରାନଇ ପାର ପାଇଁ ନାହିଁ ବ୍ରିଜ , ନାହିଁ ଡଙ୍ଗା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭରାନଇ ପାର ପାଇଁ ନାହିଁ ବ୍ରିଜ , ନାହିଁ ଡଙ୍ଗା

ଅର୍ଗସ ବ୍ୟୁରୋ:  ଭରା ନଦୀରେ ବିପଦ ପୂର୍ଣ୍ଣ ଯାତ୍ରା। ଜୀବନ ଜୀବିକା ପାଇଁ ବାଜିରେ ଲାଗୁଛି ଜୀବନ। ଯୋଜନାରେ ସିମିତ ପୂର୍ବ ସରକାରଙ୍କ ବିକାଶ ଯୋଜନା। ଏହେଉଛି କନ୍ଧମାଳ ମହସୀଙ୍ଗୀ ପଞ୍ଚାୟତର କୁବେରମୁଣ୍ଡା ଗାଁ । ଆଦିବାସୀ ଅଧୁଷିତ ଏହି ଅଞ୍ଚଳ ପାଇଁ ବିକାଶ ଏବେ ବି ସାତସପନ।  ଗାଁକୁ ନାହିଁ ନୀତି ଦିନିଆ ପକ୍କା ରାସ୍ତା। ଖଡ଼ଗ ନଦୀ ପାର କଲେ ପଡେ ନ୍ୟ ଗାଁ ତେବେ ଏହି ନଦୀ ଉପରେ କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲ ହୋଇ ପାରିଲା ନାହିଁ । ଫଳରେ ଜୀବନକୁ ବାଜିରେ ଲଗାଇ ଭରାନଇ ପାରକରୁଛନ୍ତି ଅଞ୍ଚଳବାସୀ।

ଖଡ଼ଗ ନଦୀ ଉପରେ ପାଖାପାଖି 6 ଟି ଗାଁ ନିର୍ଭର କରନ୍ତି। ତେବେ ବ୍ରିଜ ନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଖାଲି ବ୍ରିଜ କାହିଁକି ଗାଁ ରେ ରାସ୍ତା ସମସ୍ୟା ମଧ୍ୟ ଉଦ୍ଦବେଗ ଜନକ। କାଦୁଅ ପଚପଚ ରାସ୍ତାରେ ଯିବା ଆସିବା ମୁସ୍କିଲ ହୋଇ ପଡୁଛି। ସେଭଳି ପାଣି ସମସ୍ୟା ମଧ୍ୟ ନ କହିଲେ ଭଲ। ଗାଁରେ ଦୁଇ ଦୁଇଟି ନଳକୂପ ଅଛି କିନ୍ତୁ ନଳକୂପ ପାଣି ପିଇବା ପାଇଁ ଯୋଗ୍ୟ ନୁହେଁ । ଏହି ନଳକୂପରୁ ତେଲିଆ ପାଣି ବାହାରୁ ଥିବା ଅଭିଯୋଗ ହୋଇଛି। ବିଧାୟକ ଙ୍କ ପ୍ରତିଶ୍ରୁତି ଏମାନଙ୍କ ପାଇଁ ଧୂଆଁବାଣ। ଦୁଇ ଦୁଇ ଥରର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ଚକ୍ରମଣି କହଁର ଙ୍କ ନିଜ ବ୍ଲକରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାରେ ଫେଲ୍ ମାରିଛନ୍ତି।  ଏପେଟେ ନଇ ପାର ପାଇଂ ପ୍ରତିଦିନ ଜୀବନକୁ ପାଣି ଛଡାଉଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There is no bridge, no boat to cross | Argus News