ଚନ୍ଦାହାଣ୍ଡିରେ ନାହିଁ ବସଷ୍ଟାଣ୍ଡ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଅର୍ଗସ ବ୍ୟୁରୋ: ଚନ୍ଦାହାଣ୍ଡି ବ୍ଲକ ସଦରମହକୁମାଠାରୁ ଜିଲ୍ଲା ବାହାର ସହ ଛତିଶଗଡ ଓ ଆନ୍ଧ୍ରାକୁ ବସ୍ ଚଳାଚଳ କରୁଥିବା ବେଳେ ନାହିଁ ବସ୍ ଷ୍ଟାଣ୍ଡ । ବସଷ୍ଟାଣ୍ଡ ନ ଥିବାରୁ ଖରା ବର୍ଷା ଶୀତ କାକରରେ ଯାତ୍ରୀ କେତେବେଳେ ଗଛ ମୂଳେ ତ ଆଉ କେତବେଳେ ଦୋକାନ ବାରଣ୍ଡାରେ ବସକୁ ଅପେକ୍ଷା କରିଥାନ୍ତି। ବସ୍ ଫେଲ ହେଲେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯାତ୍ରୀଙ୍କ ପାଇଁ ଶୌଚାଳୟଟିଏ ନାହିଁ। ପୁରୁଷ ଯାତ୍ରୀ ଯେମିତି ସେମିତି ଚଳେଇ ଦିଅନ୍ତି। ହେଲେ ମହିଳା ଯାତ୍ରୀଙ୍କ ଅବସ୍ଥା ନ କହିବା ଭଲ। ଖାଲି ଏତିକି ନୁହେଁ, ବସ ଷ୍ଟାଣ୍ଡ ନ ଥିବାରୁ ବସ୍ ସବୁ ରାସ୍ତା ଉପରେ ଠିଆ ହୋଇ ରହୁଛି । ଫଳରେ ଟ୍ରାଫିକ ଜାମ୍ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ବି ଜୀବନ ଯାଉଛି।
ତେବେ ଏଠାକୁ ବ୍ୟବସାୟିକ, ସରକାରୀ କାର୍ଯ୍ୟ ଏବଂ ବିଭିନ୍ନ କାମରେ ଯିବା ଆସିବା କରୁଥିବା ଯାତ୍ରୀ ମୁଁହ ମୋଡୁଥିବା ଦେଖିବାକୁ ମିଳିଛି। ତତ୍କାଳୀନ ବିଜେଡି ସରକାର ନିର୍ବାଚନ ପୂର୍ବରୁ ଚନ୍ଦାହାଣ୍ଡିଠାରେ ଫାଇଭ-ଟି ଯୋଜନାରେ ମଡେଲ ବସ୍ ଷ୍ଟାଣ୍ଡ ନିର୍ମାଣ କରିବାକୁ ଘୋଷଣା କରିଥିଲେ। କିନ୍ତୁ ତାହା ଘୋଷଣାରେ ହିଁ ସୀମିତ ରହିଗଲା।
୨୪ ବର୍ଷର ସ୍ଥାୟୀ ସରକାରରେ ଯାତ୍ରୀଙ୍କ ପାଇଁ ବସଷ୍ଟାଣ୍ଡଟିଏ ନିର୍ମାଣ ହୋଇପାରିଲା ନାହିଁ, ବର୍ତ୍ତମାନ ନୂଆ ସରକାର ଆସିଛି। ଯାତ୍ରୀଙ୍କ ପାଇଁ ବସଷ୍ଟାଣ୍ଡ ନିର୍ମାଣ ସହିତ ଶୌଚାଳୟ ଏବଂ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: