Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ନାହିଁ

Odisha

ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ନାହିଁ

Ritu Das
Browse all articles by Ritu Das
·1 year ago·1 min read
ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ  ତାପମାତ୍ରାରେ ପରିବର୍ତ୍ତନ ନାହିଁ

ଅର୍ଗସ ବ୍ୟୁରୋ: ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ  ତାପମାତ୍ରାରେ ପରିବର୍ତ୍ତନର କୌଣସି  ସମ୍ଭାବନା ନାହିଁ। ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଥିବା ବେଳେ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖା ଯିବ ନାହିଁ ବୋଲି ବିଭାଗ ଆକଳନ କରିଛି। ତେଣୁ ରାଜ୍ୟରେ ସ୍ୱାଭାବିକ ରହିବ ଶୀତର ପ୍ରକୋପ। ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବାସହ ଝାରସୁଗୁଡା, ଗଞ୍ଜାମ, କୋରାପୁଟ, କଳାହାଣ୍ଡି,  କନ୍ଧମାଳ , ସୁନ୍ଦରଗଡ ଓ ସମ୍ବଲପୁର ରେ ହାଲୁକରୁ ମାଧ୍ୟମ ଧରଣର କୁହୁଡିର ସମ୍ଭାବନା ବିଭାଗ ଦେଇଥିବା ସୁନ୍ଦରଗଡରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ  ଜାରି କରିଛି ।

ସେହିପରି ଗତକାଲି  ଝାରସୁଗୁଡ଼ା, ଗଂଜାମ, କଳାହାଣ୍ଡି , କୋରାପୁଟ, କନ୍ଧମାଳ ସୁନ୍ଦରଗଡ,  ସମ୍ବଲପୁର  ଓ ବବରଗଡରେ ହାଲୁକରୁ ମାଧ୍ୟମ ଧରଣର କୁହୁଡିର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେପଟେ  ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲା ରେ ୧୦.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନ ରେ ଯେପରିକି ରାଉରକେଲା  ଭବାନୀପାଟଣା ,କୋରାପୁଟ,ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାରେ ର ଘନ କୁହୁଡି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ  ପାହାଡିଆ ଅଞ୍ଚଳର ଜି ଉଦୟଗିରିରେ ରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ରେ ୧୫.୦ ଓ କଟକରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
There is no | Argus News