Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗମରେ ପଡିନି ବିକାଶର ଛିଟା

Odisha

ଦୁର୍ଗମରେ ପଡିନି ବିକାଶର ଛିଟା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ପଡିନି ବିକାଶର ଛିଟା

ଅର୍ଗସ ବ୍ୟୁରୋ: ଆଦିବାସୀ ଅଧୁଷିତ ପାହାଡିଆ ଅଞ୍ଚଳ ଗଜପତି ଜିଲ୍ଲା ମୋହନା ର କାରିଙ୍ଗିଜୁ ଗାଁ। ଗାଁକୁ ଆଜି ପର୍ଯ୍ୟନ୍ତ ବିକାଶର ପାଦ ପଡ଼ି ନାହିଁ । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଏଠି ସାତ ସପନ । ପଞ୍ଚାୟତ ଠୁ 15 କିମି ପାହାଡିଆ ଘାଟି ରାସ୍ତା ଦେଇ ଯିବାକୁ ପଡ଼େ ଗାଁକୁ । ଏଠାରେ ପାଖା ପାଖି 50ରୁ 60 ଆଦିବାସୀ ପରିବାର ବସବାସ କରନ୍ତି । କିନ୍ତୁ ପାହାଡ ଅତିକ୍ରମ କରି ଏମାନଙ୍କ ପାଖରେ ପହଞ୍ଚି ପାରୁନି ବିକାଶ ।

MGNRGA ଯୋଜନାରେ ଯେଉଁ ରାସ୍ତା ହୋଇଛି ଗାଡ଼ି କଥା ଛାଡ଼ନ୍ତୁ ଚାଲିକି ଯିବାକୁ ବି ଭୟ କରିବେ । ପାନୀୟ ଜଳ କଥା ନକହିବା ଭଲ । ଗାଆଁ ରେ ଆଜି ଯାଏ ନଳକୂପଟେ ବି ନାହିଁ । ବିଲ ଭିତରେ ଥିବା ଏହି ଚୂଆ ହିଁ ଗ୍ରାମବାସୀଙ୍କ ଏକ ମାତ୍ର ଭରସା । ବାର୍ଦ୍ଧକ୍ୟ ଭତ୍ତା ପାଇଁ 15 କିମି ଯିବାକୁ ପଡେ। ସ୍ବାସ୍ଥ୍ୟସମସ୍ୟା ହେଲେ ଖଟିଆ କିମ୍ବା ଦୋଳା ଏମାନଙ୍କ ଏକମାତ୍ର ସାହାରା। ପୋଷ୍ଟର ମାରି ବିକାଶର ବାହା ବାହା ମାରୁଥିବା ସରକାରଙ୍କ ନଜର ଦୁର୍ଗମ ଅଞ୍ଚଳର କେବେ ପଡିବ।  ପଚିଶ ବର୍ଷ ର ସ୍ଥାୟୀ ଶାସନରେ ବିକାଶ ପହଞ୍ଚୁନଥିବା ଏହି ଗାଆଁ କେବେ ବିକାଶର ସ୍ଵାଦ ଚାଖିବ ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
There is no development in Durgam | Argus News