Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଡିକାଲରେ ନାହାନ୍ତି ଡାକ୍ତର,ରୋଗୀ ହେଉଛନ୍ତି ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମେଡିକାଲରେ ନାହାନ୍ତି ଡାକ୍ତର,ରୋଗୀ ହେଉଛନ୍ତି ହନ୍ତସନ୍ତ
  • ବିପର୍ଯ୍ୟସ୍ତ ଅବସ୍ଥାରେ ସ୍ବାସ୍ଥ୍ୟ ସେବା
  • ମେଡିକାଲରେ ନାହାନ୍ତି ଡାକ୍ତର,ରୋଗୀ ହେଉଛନ୍ତି ହନ୍ତସନ୍ତ
  • ଚନ୍ଦାହାଣ୍ଡିରେ ଅବ୍ୟବସ୍ଥା ଘେରରେ ସ୍ବାସ୍ଥ୍ୟକେନ୍ଦ୍ର
  • ନାହାନ୍ତି ଡାକ୍ତର, ମେଡିକାଲରେ ଝୁଲୁଛି ତାଲା

ଅର୍ଗସ ବ୍ୟୁରୋ:  ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ଏବଂ ଡିସପେନସରି ନିର୍ମାଣ କରାଯାଇଛି । ହେଲେ ଡାକ୍ତର ନଥିବାରୁ ଡାକ୍ତରଖାନାରେ ଝୁଲୁଛି ତାଲା । ଏ ଦୃଶ୍ୟ ହେଉଛି ଚନ୍ଦାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର। ଚନ୍ଦାହାଣ୍ଡିବ୍ଲକରେ ବସବାସ କରନ୍ତି ଲକ୍ଷେରୁ ଅଧିକ ଜନସାଧାରଣ। ଏହି ଲୋକଙ୍କ ପାଇଁ ନିର୍ମାଣ ହୋଇଥିଲା ଏହି ଅତ୍ୟାଧୁନିକ  ସ୍ବାସ୍ଥ୍ୟକେନ୍ଦ୍ର । ମାତ୍ର ଆବସ୍ୟକ ଅନୁଯାୟି ଡାକ୍ତର ଓ ଷ୍ଟାଫ୍ ନିଯୁକ୍ତି କରିବାକୁ ଭୁଲି ଯାଇଛନ୍ତି ପୂର୍ବ ସରକାର।  ଫଳରେ ରୋଗୀଙ୍କୁ ନିରାସ ହୋଇ ଫେରିବାକୁ ପଡୁଛି। ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗରେ ଡାକ୍ତର ନାହାନ୍ତି । ସେଭଳି ଏକ୍ସରେ , ଅଲଟ୍ରାସାଉଣ୍ଡ ଆଦି ବିଭାଗରେ ଟେକନିସିଆନ ନଥିବାରୁ ଏହି ବିଭାଗ ସଵୁ ବନ୍ଦ ପଡିଛି।

ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଉନ୍ନୟନ ନିମନ୍ତେ ତତ୍କାଳୀନ ରାଜ୍ୟ ସରକାରଙ୍କ ତତଫରୁ 5ଟି ଅଧିନରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। କିନ୍ତୁ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗେଇ ଦେବାପାଇଁ ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି କରାଇନାହାନ୍ତି ସରକାର। ଫଳରେ ମେଡିକାଲ ଥାଇବି ସ୍ଥାନୀୟ ବାସିନ୍ଦା ପାଇପାରୁ ନାହାନ୍ତି ସ୍ଥାନୀୟ ଜନତା। ସାଧାରଣ ଜର କାଶ ହେଲେ ମଧ୍ୟ ଏଠାକାର ଲୋକେ ପଡୋଶୀ ଜିଲ୍ଲା କଳାହାଣ୍ଡିର ଧର୍ମଗଡ ହସ୍ପିଟାଲ ଓ ଉମରକୋଟ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ସ୍ବାସ୍ଥ୍ୟସେବାର ବିକଳ ଅବସ୍ଥା ବିସୟରେ ଜାଣିବା ପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ସ୍ବାସ୍ଥ୍ୟକେନ୍ଦ୍ର ଯାଇ ସେଠି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ବିସୟରେ ପଚାରି ବୁଝିଛନ୍ତି।

ନିୟମ ଅନୁସାରେ ସିଏଚସିରେ ଅତିକମରେ ୬ ଜଣ ଏମବିବିଏସ, ୫ଜଣ ବିଶେଷଜ୍ଞ ଡାକ୍ତର  ନିଯୁକ୍ତି ହେବା କଥା। ସେଭଳି ପ୍ରତି ପିଏଚସିରେ ୩ଜଣ ଡାକ୍ତର ନିଯୁକ୍ତି ହେବା କଥା। ମାତ୍ର ଏ ନିୟମକୁ ମାନୁଛି କିଏ। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ର କରି ଦେଇ ନିଜ ଦାୟିତ୍ତ୍ବ ତୁଲାଇ ଦେଲେ ପୂର୍ବ ସରକାର ହେଲେ କଲେନି ଡାକ୍ତର କି ଷ୍ଟାଫ୍ ନିଯୁକ୍ତି। ଫଳରେ ମେଡିକାଲ ଥାଇବି ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
There is no doctor in the medical center, the patient is restless | Argus News