Videos
|
Odisha

 ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି ନାହିଁ କୌଣସି ମାୟା କି ମମତା: ପୃଥ୍ବୀରାଜ ହରିଚନ୍ଦନ

Manini Pattanayak
Browse all articles by Manini Pattanayak
·2 years ago
 ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି ନାହିଁ କୌଣସି ମାୟା କି ମମତା: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର:  ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି ନାହିଁ କୌଣସି ମାୟା କି ମମତା। ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ରାଜ୍ୟ ସରକାର । କାହାରିକୁ ବି ଛଡ଼ାଯିବ ନାହିଁ। ଆଜି ଏମିତି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଭିଜିଲାନ୍ସ ଚଢ଼ାଉରେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କର ଅଚଳାଚଳ ଆୟ ବହିର୍ଭୁତ ସମ୍ପତ୍ତି ଧରାପଡ଼ିବା ପରେ ଆଇନ ମନ୍ତ୍ରୀ କହିଛନ୍ତି ଦୁର୍ନୀତିଖୋର ଅଫିସରଙ୍କ ଉପରେ ରାଜ୍ୟ ସରକାର କୌଣସି ମାୟା ମମତା ଦେଖାଇବେ ନାହିଁ।  

ଦୁର୍ନୀତି ବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ହାତରେ ଧରା ପଡ଼ୁଥିବା ସରକାରୀ ଅଧିକାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟନୁଷ୍ଠାନ। ଗତ ସରକାର ଭଳି ଏ କ୍ଷେତ୍ରରେ କିଛି ଟାଳଟୁଳ ନୀତି ଅବଲମ୍ବନ କରାଯିବ ନାହିଁ । ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There is no love for corrupt officials: Prithviraj Harichandan | Argus News