Videos
|
Odisha

ବଢୁଛି ତାତି, କଲବଲ ରାଜ୍ୟବାସୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ବଢୁଛି ତାତି, କଲବଲ ରାଜ୍ୟବାସୀ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି। କଲବଲ ରାଜ୍ୟବାସୀ। । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୩ ରୁ ୪ ଦିନ ଯାଏଁ  ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବାରେ ସମ୍ଭାବନା ରହିଛି  ।

ଆଗାମୀ ୩ ଦିନ ଯାଏଁ  ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ଦିନ ତାପମାତ୍ରା ରହିବାରେ ସମ୍ଭାବନା  ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୭  ରୁ ୩୯ ଡ଼ିଗ୍ରୀ  ମଧ୍ୟରେ ରେକର୍ଡ ହେବାର ସମ୍ଭାବନା ରହିଛି ।   ସେହିପରି ରାଜଧାନୀ ଭୁବନେଶ୍ୱରରେ ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି।  କଟକ କଥା ନକହିବା ଭଲ।  ତାତି ପାଇଁ ସମାନ ସ୍ଥିତି ସବୁଆଡେ।  ଯେମିତି ଲାଗୁଛି ତତଲା କଡେଇରେ ସିଜୁଛି ସାରା ଓଡ଼ିଶା ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There is no possibility of significant change in the day temperature in the state for the next 3 days | Argus News