Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନା ଅଛି ରାସ୍ତା, ନା ମିଳୁଛି ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନା ଅଛି ରାସ୍ତା, ନା ମିଳୁଛି ପାଣି

ଅର୍ଗସ ବ୍ୟୁରୋ:  ସୁନ୍ଦରଗଡ ଜିଲ୍ଲା ପାଟମୁଣ୍ଡା ପଂଚାୟତ ଶେଷ ସୀମାନ୍ତ ରେ ଅଛି କଡମୁଢିହି। ଗାଁରେ ବସବାସ କରନ୍ତି ୨୦୦ ରୁ ଅଧିକ ପରିବାର। ମାତ୍ର ଗାଁକୁ ଯିବାକୁ ଆଜି ଯାଏଁ ପକ୍କା ରାସ୍ତାଟିଏ ନାହିଁ। ଜୀବନକୁ ବାଜିରେ ଲଗେଇ ଏଇ  ପଥୁରିଆ ପାହାଡିଆ ରାସ୍ତାରେ ଯିବା ଆସିବା କରନ୍ତି ଅଞ୍ଚଳବାସୀ । ଖାଲି ରାସ୍ତା କାହିଁକି ପାନୀୟ ଜଳ ସମସ୍ୟ ଗାଁର ଏକ ମୁଖ୍ୟ ସମସ୍ୟା। ପାଣି ମୁନ୍ଦାଏ ପାଇଁ ପ୍ରତିଦିନ ସଂଗ୍ରାମ କରନ୍ତି ଅଞ୍ଚଳବାସୀ। ଗାଁରେ ବସୁଧା ଅପହଞ୍ଚ ଥିବା ବେଳେ ଜ୍ଗଲ ଭିତରକୁ ଯାଇ ପାଣି ସଂଗ୍ରହ କରୁଛନ୍ତି ଅଞ୍ଚଳବାସୀ।

ପାଠ ପଢିବା ପାଇଁ ଗାଁରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଯେଉଁଠି କାଗଜ କଲମରେ 70ରୁ ଅଧିକ ପିଲା ପାଠ ପଢୁଛନ୍ତି। ମାତ୍ର ବିଦ୍ୟାଳୟର ଅବସ୍ଥା ଭୂତକୋଠି ସହଗ ସମାନ। ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ପ୍ରାଥମିକ ବିଦ୍ୟାଳୟ। ଶ୍ରେଣୀଗୃହ ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ। ଏନେକ ସ୍ଥାନରେତ ସିମେଣ୍ଟ ଖସି ରଡ଼ ଦେଖା ଗଲାଣି।  ବର୍ଷା ଦିନେ ଛାତ ଉପରେ ଜରିପାଲ ପକାଇବା ସହ ପିଲା ଙ୍କ ମୁଣ୍ଡରେ ଯେମିତି ସିମେଣ୍ଟ ଖଣ୍ଡ ନ ପଡେ  ସେଥିପାଇଁ ଛାତ ତଳେବି ଜରିାପଲ ବନ୍ଧା ହୋଇଛି। ମାତ୍ର ଶ୍ରେଣୀଗୃହ ଅଭାବରୁ ଏଠାରେ ଚାଲିଛି ପାଠପଢା। ଆଠଟି ଶ୍ରେଣୀ ପାଇଁ ଦୁଇଟି ଶିକ୍ଷକ ଥିବା ଏହି ସ୍କୁଲର ପାଠପଢଆ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ଶୁଦ୍ଧା ପ୍ରଶାସନ କିଛି ପଦକ୍ଷଏପ ନେଉ ନଥିବା ଅଭିଯୋଗ ହୋଇଛି।

ଗାଁରେ ଫୋନ ପାଇଁ ଟାୱାର ଲାଗିଛି ସତ ହେଲେ ନେଟୱର୍କ ଆସୁନି । ଏଭଳି ବହୁ ମୌଳିକ ସୁବିଧାରୁ ବଞ୍ଚିତ କଡମୁଢିହିବାସୀ । ବର୍ଷ ବର୍ଷ ଧରି ସମସ୍ୟା ଭିତରେ ରହି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ମାତ୍ର ପ୍ରଶାସନ ପାଖରେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ବାହାରିନି। ଫଳରେ ନାହିଁନାହିଁରେ କଟୁଛି ଜୀବନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
There is no road, no water | Argus News