Videos
|
Odisha

ଗୋଟିଏ ପଂଚାୟତର ୫ଗାଁକୁ ନାହିଁ ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋଟିଏ ପଂଚାୟତର ୫ଗାଁକୁ ନାହିଁ ରାସ୍ତା

ଅର୍ଗସ ବ୍ୟୁରୋ:  ସ୍ଵାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାର ଉପାନ୍ତ ଗ୍ରାମବାସୀ ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି I ଏ ହେଉଛି ଆଠମଲ୍ଲିକ ବ୍ଲକ କୁଦଗାଁ ଗ୍ରାମ ପଂଚାୟତ । ଆଠମଲ୍ଲିକ ବ୍ଲକ ଠାରୁ ପ୍ରାୟ ୧୦ କିଲୋମିଟର ଦୂର ବଣ ଜଙ୍ଗଲ ଘେରା ଗାଁ ହେଉଛି ପୀତବାସପୁର,ଭଗମୁଣ୍ଡା, କନ୍ଧପାଲି,ଚନ୍ଦ୍ରପୁର,ବିଜପୁର  ।  ଏହି ୫ ଗାଁରେ ପ୍ରାୟ ୨୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଅନେକ ଅସୁବିଧାରେ ଦିନ କାଟୁଛନ୍ତି ଏହି ଗ୍ରାମବାସୀ I ୨୪ ବର୍ଷର ବିଜେଡି ଶାସନରେ ଗାଁକୁ ନିତିଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନାହିଁ।  ଫଳରେ ନାନ ଅସୁବିଧାରେ ଦିନ କାଟୁଛନ୍ତି  ଗ୍ରାମବାସୀ।  ଏନେଇ  ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି I

ଗାଁକୁ ରାସ୍ତା ନଥିବାରୁ ପୋଖରି ହୁଡା ସାଜିଛି ପାଦଚଲା ରାସ୍ତା। ଏହାଉପର ଲୋକେ ଗାଡି ନେଇ ଯିବା ଶଆିବା ମଧ୍ୟ କରୁଛନ୍ତି ମାତ୍ର ବର୍ଷା ହେଲେ ବଦଳିଯାଏ ରାସ୍ତାର ଅବସ୍ଥା। କାଦୁଅ ରାସ୍ତାରେ ଚାଲିକି ଯିବା ମୁସ୍କିଲ ହୋଇଯାଏ। ଏମିତିକି ରାସ୍ତା ସମସ୍ୟା ପାଇଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନଥିବା ଅଭିଯୋଗ ହୋଇଛି। ୨୪ ବର୍ଷର ସରକାର ଗାଁ ଗାଁକୁ ପକ୍କା ରାସ୍ତା ସଂଯୋଗ କରୁଥିବା କହି ବାହାବହି ସାଉଣ୍ଟୁଥିବା ବେଳେ ଏମିତି ଅନେକ ଗାଁ ରହିଛି ଯେଉଁଠି ଆଜିବି ରାସ୍ତା ସାତସୁନ। ପାଦଚଲା କଚ୍ଚା ରାସ୍ତା ଦେଇ ଯିବା ଆସିବା କୁଛନ୍ତି ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
there is no road to 5 villages of one panchayat | Argus News